ଖାଦ୍ୟ ସଙ୍କଟ ଓ ବେରୋଜଗାରୀ ଦେଇ ଗତି କରୁଛି ଆଫଗାନିସ୍ତାନ, ବେଆଇନ୍‌ ଭାବେ ଦେଶ ଛାଡୁଛନ୍ତି ଯୁବବର୍ଗ

କାବୁଲ,୧୧।୬: ଆଫଗାନିସ୍ତାନରେ ବର୍ତ୍ତମାନ ବେରୋଜଗାରୀ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ଦିନ ଠାରୁ ବେରୋଜଗାରୀ, ଆବଶ୍ୟକୀୟ ଜିନିଷରେ ଦରଦାମ ବୃଦ୍ଧିି ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଲୋକମାନେ ଦେଶ ଛାଡି ଅନ୍ୟ ଦେଶକୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଏହି ପଳାୟନଙ୍କ ମଧ୍ୟରୁୁ ଯୁବବର୍ଗଙ୍କ ସଂଖ୍ୟା ଅଧିକ। ଚାକିରି ନ ପାଇବା ଆଫଗାନିସ୍ତାନର ଯୁବବର୍ଗ ଅଭାବ ଅନଟନରେ ବଞ୍ଚୁଛନ୍ତି। ଅନେକେ ନିଜର ପାଠପଢା ଛାଡି ଅନ୍ୟ ଦେଶରେ କାମ ଖୋଜିବା ପାଇଁ ଦେଶ ଛାଡି ସାରିଛନ୍ତି।

କାବୁଲର ଜଣେ ଯୁବକ କହିଛନ୍ତି, ମୋତେ ବେଆଇନ ଭାବେ ଦେଶ ଛାଡିବାକୁ ପଡୁଛି। କାରଣ ଆଫଗାନିସ୍ତାନରେ କାମ ମିଳୁନାହିଁ। ବର୍ତ୍ତମାନ ପରିସ୍ଥିତିରେ ଏଠାରେ ଚଳିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ତେଣୁ ପେଟ ପୋଷିବା ପାଇଁ ପଡୋଶୀ କିମ୍ବା ଅନ୍ୟ ଦେଶକୁ ଯିବାକୁ ପଡୁଛି।

ଲଘମନ ପ୍ରାନ୍ତର ଅବୁବକର ତାଙ୍କ ପରିବାର ସହିତ ଇରାନକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ମୁଁ ଚାକିରି ପାଇଁ ଇରାନ ଯିବାକୁ ଚାହୁଁଛି। ମୁଁ ଦ୍ୱାଦଶ ଶ୍ରେଣୀରେ ପଢୁଛି କିନ୍ତୁ ଏବେ ମୁଁ ସ୍କୁଲ ଛାଡିଦେବି।

Share