Categories: ଜାତୀୟ

ଆଫଗାନିସ୍ତାନ ପ୍ରସଙ୍ଗ-ଆତଙ୍କବାଦ ବିରୋଧରେ ଲଢ଼େଇ ଏସସିଓର ମୁଖ୍ୟ ପ୍ରସଙ୍ଗ…

ନୂଆଦିଲ୍ଲୀ,୪।୭ : ମଙ୍ଗଳବାର ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ହୋଇଛି। ଏହିବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ, ପାକିସ୍ଥାନ, ଇରାନ, ରୁଷିଆ ଏବଂ ମଧ୍ୟ ଏସୀୟ ଦେଶର ମୁଖ୍ୟମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏକଜୁଟ ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବା ଏବଂ ଆଫଗାନିସ୍ତାନକୁ ସାହାଯ୍ୟ କରିବା ପ୍ରସଙ୍ଗ ଉଠାଇଛନ୍ତି। ରୁଷର ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ମଧ୍ୟ ଭାରତର ସ୍ଥିତିକୁ ପ୍ରଶଂସା କରିବା ସହ ଏସସିଓର ସଫଳ ଆୟୋଜନ ନେଇ ମୋଦିଙ୍କୁ ଧନ୍ୟବାନ ଜଣାଇଛନ୍ତି।

ପୁଟିନ କହିଛନ୍ତି ଆମେ ଏସସିଓ ସଦସ୍ୟ ଦେଶମାନଙ୍କ ସହ ସମ୍ପର୍କକୁ ମଜବୁତ କରିବା ଜାରି ରଖିବୁ। ପୁଟିନ କହିଛନ୍ତି ଏସସିଓ ବୈଠକର ମୁଖ୍ୟ ପ୍ରସଙ୍ଗ ହେଉଛି ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି। ଆଫଗାନିସ୍ତାନର ପରିସ୍ଥିତି ବହୁତ ଭଲ ନୁହେଁ। ଆତଙ୍କବାଦ, ଉଗ୍ରବାଦ ଏବଂ ଡ୍ରଗ କାରବାର ବିରୋଧରେ ଲଢ଼େଇ ହେଉଛି ଏସସିଓ ଦେଶଗୁଡ଼ିକର ପ୍ରାଥମିକତା।

ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ତାଙ୍କ ସମ୍ବୋଧନରେ ଅର୍ଥନୈତିକ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଫଗାନିସ୍ତାନକୁ ମାନବିକ ସହାୟତା ପାଇଁ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନିବେଦନ କରିଛନ୍ତି। ଭାରତ ଜି -୨୦ ର ସଭାପତିତ୍ୱ କରୁଛି।

ସେପ୍ଟେମ୍ବରରେ ନୂଆଦିଲ୍ଲୀ ଜି -୨୦ ଶିଖର ସମ୍ମିଳନୀ ଆୟୋଜନ କରିବ, ଯେଉଁଥିରେ ରୁଷିଆର ରାଷ୍ଟ୍ରପତି ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଯୋଗଦେବେ।

Share