କାବୁଲ,୧୧।୧: ଆଫଗାନିସ୍ତାନର କାବୁଲ ସ୍ଥିତ ବୈଦେଶିକ ମନ୍ତ୍ରଣାଳୟର ଫାଟକ ନିକଟରେ ବୁଧବାର ଅପରାହ୍ନରେ ଏକ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାବୁଲ ସୁରକ୍ଷା ଏଜେନ୍ସି ମୁଖପାତ୍ର ଖାଲିଦ ଜଡ୍ରାନ ଟୁଇଟ୍ କରି ଏହି ବିସ୍ଫୋରଣ ଘଟିଥିବା ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଗୋଷ୍ଠୀ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିନାହାନ୍ତି।