Categories: ଖେଳ

ଏସିଆ କପ୍‌ ଉଦ୍‌ଘାଟନୀ ମ୍ୟାଚ: ଶ୍ରୀଲଙ୍କାକୁ ୮ ଉଇକେଟରେ ହରାଇଲା ଆଫଗାନିସ୍ତାନ

ଦୁବାଇ, ୨୮ା୮ (ପି.ଟି.): ଏସିଆ କପ୍‌ ଉଦ୍‌ଘାଟନୀ ମ୍ୟାଚରେ ଆଫଗାନିସ୍ତାନ ପ୍ରଭାବୀ ଅଲରାଉଣ୍ଡ ପ୍ରଦର୍ଶନ ସହ ୮ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ୧୦.୧ ଓଭରରେ ୧୦୬ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଦଳର ଟପ୍‌ ସ୍କୋରର ରହମାନୁଲ୍ଲା ଗୁର୍‌ବାଜ ୪୦ରନ କରିଥିଲେ। ହଜରାତୁଲ୍ଲା ଜାଜାଇ ୩୭ ରନ କରି ଅପରାଜିତ ରହିଥିଲେ। ପୂର୍ବରୁ ଶ୍ରୀଲଙ୍କା ୧୯.୪ ଓଭରରେ ୧୦୫ ରନ କରି ଅଲଆଉଟ ହୋଇଯାଇଥିଲା। ଭାନୁକା ରାଜପାକ୍‌ସେ ୨୯ ବଲ୍‌ରୁ ୩୮ ରନ କରିଥିଲେ। ଚାମିକା କୁରୁଣାରନେତ୍ ୩୧ ରନ କରିପାରିଥିଲେ। ଆଫଗାନିସ୍ତାନ ତରଫରୁ ଫଜଲହକ୍‌ ଫାରୁକି (୩/୧୧), ମହମ୍ମଦ ନବି (୨/୧୪) ଓ ମୁଜିବୁର୍‌ ରହମନ (୨/୨୪) ୭ ଉଇକେଟ ବାଣ୍ଟି ନେଇଥିଲେ। ଏହି ବିଜୟ ଦ୍ୱାରା ଆଫଗାନିସ୍ତାନ ନେଟ ରନରେଟ୍‌ ୫.୧୬୭ରେ ପହଞ୍ଚତ୍ଛି। ଦଳ ଗ୍ରୁପ୍‌ ବି’ରେ ଶୀର୍ଷ ସ୍ଥାନ ଅଧିକାର କରିବା ସହ ଦଳର ସୁପର୪ ପର୍ଯ୍ୟାୟକୁ ଉନ୍ନୀତ ହେବା ସମ୍ଭବନାକୁ ଉଜ୍ଜ୍ୱଳ କରିଛି। ଏହି ଗ୍ରୁପ୍‌ରେ ରହିଥିବା ବାଂଲାଦେଶ ମଙ୍ଗଳବାର ଶାରଜାରେ ଆଫଗାନିସ୍ତାନକୁ ଭେଟିବ।

ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା: ୧୯.୪ ଓଭରରେ ୧୦୫/ଅଲଆଉଟ (ଭାନୁକା ରାଜପାକ୍‌ସେ-୩୮; ଫଜଲହକ୍‌ ଫାରୁକି-୩/୧୧)। ଆଫଗାନିସ୍ତାନ: ୧୦.୧ ଓଭରରେ ୧୦୬/୨ (ରହମାନଉଲ୍ଲା ଗୁର୍‌ବାଜ୍‌-୪୦, ହଜ୍ରାତୁଲ୍ଲା ଜାଜାଇ-୩୭*; ଓ୍ବାନିନ୍ଦୁ ହସରଙ୍ଗା-୧/୨୯)।

Share