Posted inଖେଳ

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ ଆଫଗାନିସ୍ତାନ ଜିତିଛି। ଦ୍ୱିତୀୟ ଦିନିକିଆରେ ଆଫଗାନିସ୍ତାନ ଦକ୍ଷିଣ ଆଫ୍ରିକାକୁ ଖରାପ ଭାବେ ପରାସ୍ତ କରିଛି। ଆଫଗାନିସ୍ତାନ ଏହି ମ୍ୟାଚକୁ ୧୭୭ ରନରେ ଜିତିଥିଲା। ଦଳ ପାଇଁ ରସିଦ ଖାନ ୫ ଉଇକେଟ ନେଇଥିବା ବେଳେ ରହମାନୁଲ୍ଲା ଗୁରୁବାଜ ଶତକ ହାସଲ କରିଥିଲେ।

ଆଫଗାନିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସି ୫୦ ଓଭରରେ ୪ ଉଇକେଟ୍‌ ହରାଇ ୩୧୧ ରନ ସଂଗ୍ରହ କରିଥିଲା। ଆଫଗାନିସ୍ତାନ ପାଇଁ ଗୁରୁବାଜ ଶତକ ହାସଲ କରିଥିଲେ। ସେ ୧୧୦ ବଲରେ ୧୦୫ ରନ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ସେ ୧୦ ଚୌକା ଓ ୩ ଛକା ମାରିଥିଲେ। ରହମତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୬୬ ବଲରେ ୫୦ ରନ ସଂଗ୍ରହ କରିଥିଲେ। ଆଜମାତୁଲ୍ଲା ଅପରାଜିତ ୮୬ ରନ ସଂଗ୍ରହ କରିଥିଲେ। ୫୦ ବଲର ସମ୍ମୁଖୀନ ହୋଇ ସେ ୫ ଚୌକା ଓ ୬ ଛକା ମାରିଥିଲେ।

ଆଫଗାନିସ୍ତାନ ଦେଇଥିବା ଟାର୍ଗେଟକୁ ପିଛା କରି ଆଫ୍ରିକୀୟ ଦଳ ୧୩୪ ରନ୍‌ରେ ଅଲଆଉଟ୍‌ ହୋଇଯାଇତତ୍ଲା। କୌଣଣସି ଦକ୍ଷିଣ ଆଫ୍ରିକୀୟ ଖେଳାଳି ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ। ଅଧିନାୟକ ଟେମ୍ବା ବାଭୁମା ତାଙ୍କ ପାଇଁ ସର୍ବାଧିକ ୩୮ ରନ ସ୍କୋର କରିଥିଲେ। ଟନି ଡି ଜର୍ଜି ୩୧ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ରିଜ ହେଣ୍ଡ୍ରିକ୍ସ ମାତ୍ର ୧୭ ରନ ସ୍କୋର କରିପାରନ୍ତି। ୨୧ ରନ ସ୍କୋର କରିବା ପରେ ଆଡେନ ମାର୍କ୍ରାମ ଆଉଟ ହୋଇଥିଲେ। ଏହି ଉପାୟରେ ପୁରା ଦଳ ୩୪.୨ ଓଭରରେ ଆଉଟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

INDIA ମେଣ୍ଟର ବୈଠକରେ କ’ଣ ହେଲା ଯୋଜନା, କେମିତି ସରକାରଙ୍କୁ ବ୍ୟାକଫୁଟକୁ ଆଣିବେ ବିରୋଧୀ, ଏମପି କହିଲେ…

ନୂଆଦିଲ୍ଲୀ,୨।୪: ସାରା ଦେଶରେ ଆଲୋଚନାର ବିଷୟ ଥିବା ୱାକଫ (ସଂଶୋଧନ) ବିଲ ବୁଧବାର (୨ ଏପ୍ରିଲ) ଲୋକ ସଭାରେ ଆଲୋଚନା ଏବଂ ପାସ ପାଇଁ ଉପସ୍ଥାପିତ...

ବଡ଼ ଘୋଷଣା କଲେ ଟ୍ରମ୍ପ, ଭାରତକୁ କରିଦେଲେ ଚ୍ୟାଲେଞ୍ଜ!

ଓ୍ବାଶିଂଟନ୍‌,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅର୍ଥାତ ୨ ଏପ୍ରିଲରେ ହ୍ବାଇଟ ହାଉସର ରୋଜ ଗାର୍ଡେନରେ ପାରସ୍ପରିକ ଶୁଳ୍କ ଘୋଷଣା କରିବାକୁ ଯାଉଛନ୍ତି। ତାଙ୍କର...

+୨ ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ଚଳିତ ବର୍ଷ ମାଟ୍ରିକ, ଯୁକ୍ତ ୨ ଏବଂ...

କାମରେ ଆସୁନି ଗୋଷ୍ଠୀ ଶୌଚାଳୟ: ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଉଠିଲା ପ୍ରଶ୍ନ

ଦାରିଙ୍ଗବାଡି,୨ /୪ (ଅରୁଣ ସାହୁ): ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏଥିପାଇଁ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ...

୧୩ ଦିନିଆ ଗଞ୍ଜାମ ମା’ ଦକ୍ଷିଣ କାଳୀଙ୍କ ଦଣ୍ଡଯାତ୍ରା ଶୁଭାରମ୍ଭ

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ପ୍ରସିଦ୍ଧ ଶ୍ରୀ ଶ୍ରୀ ମା’ ଦକ୍ଷିଣ ଦଣ୍ଡକାଳୀଙ୍କ ୧୩ ଦିନବ୍ୟାପି ଦଣ୍ଡ ଯାତ୍ରା ବୁଧବାର ଶୁଭାରମ୍ଭ ହୋଇଛି l ଦାମୋଦରପୁର...

ସକାଳୁ ସକାଳୁ ଥରିଲା ପାକିସ୍ତାନ: ଲୋକେ ଭୟଭୀତ

ଇସଲାମାବାଦ୍‌,୨।୪: ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମଙ୍ଗଳବାର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା...

କିଛି ଗୋପନୀୟ ରହିବ ନାହିଁ

ଆଦିମ ଅବସ୍ଥାରେ ଆମେ ଲଙ୍ଗଳା ଥିଲୁ, ମଣିଷମାନେ ଅନ୍ୟ ପ୍ରାଣୀ ଭଳି ଜୀବନଯାପନ କରୁଥିଲେ, ଲଜ୍ଜା ଧାରଣା ନ ଥିଲା। ଏବେ ଏକବିଂଶ ଶତାବ୍ଦୀର ତୃତୀୟ...

ଭୂତଳ ଜଳ ଚିନ୍ତା

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଗ୍ରାଉଣ୍ଡ ଓ୍ବାଟର କ୍ୱାଲିଟି ଇନ୍‌ ଶାଲୋ ଆକ୍ୱିଫାୟର୍ସ ଅଫ୍‌ ଇଣ୍ଡିଆ ସର୍ଭେ ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି ଯେ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image