Advertisement

ଡେବ୍ୟୁ ମ୍ୟାଚ୍‌ରେ ରନ୍‌ ବର୍ଷା: ୯ ଛକା, ୮ ଚଉକାର ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ ଏହି କ୍ରିକେଟର; କଲେ ଏକାଧିକ ରେକର୍ଡ

ଆବୁଧାବି,୨୨।୧: ଆଫଗାନିସ୍ତାନ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଆବୁଧାବୀରେ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଚମକିଛନ୍ତି ଆଫଗାନିସ୍ତାନର ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ରହମାନୁଲ୍ଲାହ ଗୁରବାଜ। ସେ ନିଜର ଡେବ୍ୟୁ ମ୍ୟାଚ୍‌ରେ ଶତକ ମାରିଛନ୍ତି।

ପ୍ରଥମେ ଟସ୍‌ ଜିତି ଆଫଗାନିସ୍ତାନ ଟିମ୍‌ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଏହାପରେ ଓପନିଂ କରିବାକୁ ରହମାନୁଲ୍ଲାହ ଆସିଥିଲେ। ସେ ୧୨୭  ବଲ ଖେଳି ୧୨୭ ରନ୍‌ କରିଥିଲେ। ୧୫୪ ମିନିଟ ପର୍ଯ୍ୟନ୍ତ ସେ ପଡ଼ିଆରେ ରହି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏହି ସମୟରେ ସେ ୮ ଚଉକା ଏବଂ ୯ ଛକା ମାରିଥିଲେ। ରହମାନୁଲ୍ଲାହ ଏବଂ ଟିମ୍‌ର ଅନ୍ୟଜଣେ ବ୍ୟାଟ୍ସମ୍ୟାନ୍‌ ରଶିଦ ଖାନ୍‌ଙ୍କ ପାଇଁ ଦଳ ୫୦ ଓଭରରେ ୭ ଉଇକେଟ ହରାଇ ୨୮୭ରନ୍‌ କରିଥିଲା।

ତେବେ ନିଜର ଉଲ୍ଲେଖନୀୟ ବ୍ୟାଟିଂ ଯୋଗୁ ଅନେକ ରେକର୍ଡ କରିଛନ୍ତି ଏହି ଯୁବ କ୍ରିକେଟର। କ୍ରିକେଟ ଇତିହାସରେ ଉଭୟ ପୁରୁଷ/ମହିଳା ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପ୍ରଥମ ମ୍ୟାଚ୍‌ରେ ଶତକ ମାରିଥିବା ତୃତୀୟ ଯୁବ ଖେଳାଳି ପାଲଟିଛନ୍ତି ସେ। ତାଙ୍କ ପୂର୍ବରୁ ଭାରତର ମିତାଲି ରାଜ ଏବଂ ପାକିସ୍ତାନର ସଲିମ ଇଲାହି ଏଭଳି କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share