Categories: ଖେଳ

ଟସ୍‌ ଜିତି ଆଫଗାନିସ୍ତାନର ବୋଲିଂ ନିଷ୍ପତ୍ତି: ଶ୍ରୀଲଙ୍କାର ବ୍ୟାଟିଂ ଜାରି…

ପୁଣେ,୩୦।୧୦: ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ୨୦୨୩ କ୍ରିକେଟ ବିଶ୍ବକପର ୩୦ତମ ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ହସମ୍‌ତୁଲ୍ଲା ଶାହିଦି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଛି। ୯ ଓଭର ଖେଳ ସୁଦ୍ଧା ଶ୍ରୀଲଙ୍କା ୩୫ ରନ୍‌ରେ ଏକ ଉଇକେଟ୍‌ ହରାଇ ବ୍ୟାଟିଂ ଜାରି ରଖିଛି।

ଆଫଗାନିସ୍ତାନ ଦଳ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜର୍ଦାନ, ରହତ୍ମ ଶାହ, ହସମ୍‌ତୁଲ୍ଲା ଶାହିଦି (ଅଧିନାୟକ), ଅଜମ୍‌ତୁଲ୍ଲା ଓମାରଜାଇ, ଇକ୍ରାମ ଅଲିଖିଲ (ଉଇକେଟ କିପର), ମହମ୍ମଦ ନବି, ରଶିଦ ଖାଁ, ମୁଜୀବ ଉର୍‌ ରହମନ, ନବୀନ-ଉଲ-ହକ ଓ ଫଜଲ୍‌ହକ ଫାରୁକି

ଶ୍ରୀଲଙ୍କା ଦଳ, ପତୁମ ନିଶଙ୍କ, ଦିମୁତ କରୁଣାରତ୍ନେ, କୁଶଳ ମେଣ୍ଡିସ (ଉଇକେଟ କିପର/ଅଧିନାୟକ), ସାଦୀରା ସମରବିକ୍ରମ, ଚରିତ ଅସଲଙ୍କା, ଧନଞ୍ଜୟ ଡି ସିଲ୍‌ଭା, ଏଞ୍ଜେଲୋ ମାଥ୍ୟୁସ, ମହୀଶ ତୀକ୍ଷଣା, କସୁନ ରଜିତା, ଦୁଷ୍ମନ୍ତ ଚାମୀରା, ଦିଲ୍‌ସାନ ମଦୁଶଙ୍କା

Share