ଦେଶ ଛାଡିଲେ ରାଷ୍ଟ୍ରପତି

କାବୁଲ,୧୫।୮: ଆଫଗାନିସ୍ତାନର ରାଷ୍ଟ୍ରପତି ଆସରଫ ଘାନି ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପରେ ସେ ତାଙ୍କ ଟିମ୍‌ ସହ ଦେଶ ଛାଡି ତାଜାକିସ୍ତାନ ଚାଲିଯାଇଥିବା ଜଣାପଡିଛି। ସୂଚନା ଯୋଗ୍ୟ, ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ତାଲିବାନୀ ଦଖଲକୁ ଚାଲିଯିବାରୁ ରାଷ୍ଟପତି ଘାନିଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡିଛି।

ଆଫଗାନିସ୍ତାନ ଉପରାଷ୍ଟ୍ରପତି ଓମରୂଲ୍ଲା ସାଲେହ କହିଛନ୍ତି, ରାଷ୍ଟ୍ରପତି କଦାପି ତାଲିବାନ ଅଧୀନରେ ରହିପାରିବେ ନାହିଁ। ରବିବାର ମଧ୍ୟାହ୍ନରେ କାବୁଲର ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛନ୍ତି ତାଲିବାନୀ ଯୋଦ୍ଧା। ଏବେ ସେମାନେ ରାଜଧାନୀ କାବୁଲକୁ ଦଖଲ କରିବାକୁ ଉଦ୍ୟମ କରିବେ। ଏଭଳି ଆଶଙ୍କା ପ୍ରକାଶ ପାଇବା ପରେ ରାଷ୍ଟ୍ରପତି ଘାନି ଦେଶ ଛାଡି ପଲାୟନ କରିଛନ୍ତି।

Share