ଆଫଗାନିସ୍ତାନ ଭୂକମ୍ପରେ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ. ହେଲେ ଏବେବି ଦୁଆର ମୁହଁରେ ଅପେକ୍ଷା କରିଛି ପୋଷା କୁକୁର

କାବୁଲ,୩୦ ।୬: ଆଫଗାନିସ୍ତାନରେ ଗତ ସପ୍ତାହରେ ଆସିଥିବା ଭୂକମ୍ପରେ ବହୁ କ୍ଷୟକ୍ଷତି ହେବା ସହ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ଭୂକମ୍ପରେ ଭାଙ୍ଗି ଯାଇଥିବା ଏକ ଘର ସାମ୍ନାରେ ଚାତକ ପରି ଚାହିଁ ରହିଥିବା ଏକଧଳା ରଙ୍ଗର ପୋମେରିୟାନ ପୋଷା କୁକୁରର ହୃଦୟ ସ୍ପର୍ଶି କାହାଣୀ ଏବେ କେବଳ ଆଫଗାନିସ୍ତାନ ନୁହେଁ ବରଂ ସାରା ବିଶ୍ୱରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି କୁକରଟି ଏକ ଭଙ୍ଗା ଘର ସାମ୍ନାରେ କବାଟ ଠକଠକ କରୁଥିବା ଦେଖାଯାଇଛି । ଭୂକମ୍ପ ପରେ କୁକୁରଟି ପ୍ରତିଦିନ ଏଠାକୁ ଆସୁଛି ଓ କାନ୍ଦୁଛି । ଘଟଣା ହେଲା ଭୂକମ୍ପରେ ଉକ୍ତ ଘରର ମାଲିକଙ୍କ ସହ ସମସ୍ତ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ହେଲେ ପୋଷା କୁକୁରଟି ଏବେବି ତା’ର ମାଲିକ ଓ ପରିଜନଙ୍କ ଅପେକ୍ଷାରେ ରହିଛି ଆଉ ସେମାନଙ୍କ ନ ପାଇ ଲୁହ ଗଡାଇ ଚାଲିଛି ।

Share