ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଆଫଗାନିସ୍ତାନ

କାବୁଲ,୧୯।୩: ଆଫଗାନିସ୍ତାନରେ ପାକିସ୍ତାନୀ ଏୟାର ଷ୍ଟ୍ରାଇକକୁ ତାଲିବାନ ମୁହଁତୋଡ ଜବାବ ଦେଇଛି। ତାଲିବାନ ସୈନ୍ୟମାନେ ଡୁରାଣ୍ଡ ଲାଇନ ନିକଟରେ ପାକିସ୍ତାନୀ ସାମରିକ ପୋଷ୍ଟକୁ ଧ୍ୱଂସ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଉଦ୍ଦେଶ୍ୟରେ ଆଫଗାନିସ୍ତାନ ଗଣମାଧ୍ୟମ ଏହି ଆକ୍ରମଣକୁ ନିଶ୍ଚିତ କରିଛି। ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନର ଆକ୍ରୋଶର ଜବାବରେ ତାଲିବାନ ସୀମା ବାହିନୀ ପାକିସ୍ତାନୀ ସାମରିକ କେନ୍ଦ୍ରକୁ ଭାରୀ ଅସ୍ତ୍ରରେ ଟାର୍ଗେଟ କରିଛି। ଆଫଗାନିସ୍ତାନର ପ୍ରତିରକ୍ଷା ବାହିନୀ ଯେକୌଣସି ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି। ଆମେ ସବୁ ପରିସ୍ଥିତିରେ ଆମର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା କରିବୁ।
ସୋମବାର ସକାଳ ୭ଟାରେ ଡୁରାଣ୍ଡ ଲାଇନରେ ତାଲିବାନ ଏବଂ ପାକିସ୍ତାନୀ ସୀମା ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପରେ ପାକିସ୍ତାନ ଦ୍ୱାରା ରକେଟ ଆକ୍ରମଣ କରାଯାଇଥିଲା। ଏହି କାରଣରୁ ଆଫଗାନିସ୍ତାନର ଦଣ୍ଡପାଟନ ଅଞ୍ଚଳର ଲୋକଙ୍କୁ ଘର ଖାଲି କରିବାକୁ ପଡିଥିଲା। ଫଳରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢିଯାଇଥିଲା।

Share