Categories: ଜାତୀୟ

ଆଫଗାନିସ୍ତାନରୁ ଫେରୁଥିବା ଲୋକଙ୍କୁ ଦିଆଯାଉଛି ପୋଲିଓ ଟିକା, କରାଯାଉଛି ଆର୍‌ଟିପିସିଆର୍ ଟେଷ୍ଟ

ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନରେ ତାଲିବାନ ରାଜ ପରେ ସେଠାରେ ଥିବା ଲୋକ ଦେଶ ଛାଡିବାକୁ ଚାହୁଁଥିବା ବେଳେ ଆମେରିକା, କାନାଡା ଓ ଭାରତ ଭଳି ଦେଶ ସେମାନଙ୍କ ନାଗରିକଙ୍କୁ ବାହାରକୁ ନେଇ ଆସିବାକୁ ଯଥାସାଧ୍ୟ ଚେଷ୍ଟା ଚଳାଇଛନ୍ତି । ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଏମାନେ ନିଜ ନିଜର ନାଗରିକଙ୍କୁ ଫେରାଇ ଆଣୁଛନ୍ତି । ଏହି କ୍ରମରେ ଭାରତ ଆସିଥିବା କେତେଜଣ ନାଗରିଙ୍କ ସହ କେତେଜଣ ଆଫଗାନୀ ନାଗରିକ ମଧ୍ୟ ଭାରତ ପହଞ୍ଚିଛନ୍ତିି । ତେବେ ଆଫଗାନିସ୍ତାନରୁ ଫେରୁଥିବା ଲୋକଙ୍କୁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୋଲିଓ ଟିକା ଦିଆଯାଉଛି । ଏ କଥା ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ଟୁଇଟ କରି ସୂଚନା ଦେଇଛନ୍ତି । ତେବେ ଆଫଗାନିସ୍ତାନରୁ ଆସିଥିବା ଲୋକଙ୍କୁ ୱାଇଲ୍ଡ ପୋଲିଓ ଭାଇରସଠାରୁ ଦୂରେଇ ରଖିବାକୁ ସେମାନଙ୍କୁ ପୋଲିଓ ଟିକା, ଓପିବି ଓ ଏଫ୍‌ଆଇପିବି ଦିଆଯାଉଛି । ସେପଟେ ଗାଜିଆବାଦରେ ପହଞ୍ଚିଥିବା ବିମାନରେ ଯେଉଁମାନେ ଆଫଗାନିସ୍ତାନରୁ ଫେରିଛନ୍ତି ସେମାନଙ୍କର ଆର୍‌ଟିପିସିଆର୍ ଟେଷ୍ଟ କରାଯାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି କରାଯାଉଥିବା କୁହାଯାଇଛି ।

Share