ନିଜ ଲଢ଼େଇ ନିଜେ ଲଢୁ ଆଫଗାନିସ୍ତାନ, କହିଲା ଆମେରିକା…

ଓ୍ବାଶିଂଟନ/କାବୁଲ,୧୧।୮: ଆଫଗାନିସ୍ତାନ ଏବଂ ତାଲିବାନ ମଧ୍ୟରେ ଗୃହ ଯୁଦ୍ଧ ଧୀରେଧୀରେ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ଆଫଗାନିସ୍ତାନ ସୈନ୍ୟ ବାହିନୀଙ୍କୁ ସହାୟତା ଯୋଗାଉଥିବା ଆମେରିକା କୌଣସି ସାହାଯ୍ୟ ନ କରିବାକୁ କହିଛି। ଆଫଗାନିସ୍ତାନ ନିଜ ଲଢ଼େଇ ନିଜେ ଲଢୁ ବୋଲି ଆମେରିକା କହିଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାର ଆମେରିକା ସୈନ୍ୟଙ୍କୁ ସ୍ବଦେଶ ଫେରାଇ ନେବାକୁ ଅଡ଼ି ବସିଛନ୍ତି।
ହ୍ବାଇଟ ହାଉସ ଅନୁଯାୟୀ, ରାଷ୍ଟ୍ରପତି ବାଇଡେନ ଅବଶିଷ୍ଟ ସୈନିକମାନଙ୍କୁ ଆଫଗାନିସ୍ତାନରୁ ୧୧ ସେପ୍ଟେମ୍ବର ସୁଦ୍ଧା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ୯୦ ପ୍ରତିଶତରୁ ଅଧିକ ଆମେରିକୀୟ ସୈନ୍ୟ ସ୍ବଦେଶ ଫେରିଛନ୍ତି। ବାଇଡେନ୍‌ କହିଛନ୍ତି ଯେ ଆମେ ୨୦ ବର୍ଷରେ ଏକ ଟ୍ରିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିଛୁ। ୩ ଲକ୍ଷରୁ ଅଧିକ ଆଫଗାନିସ୍ତାନ ସୈନ୍ୟଙ୍କୁ ତାଲିମ ପ୍ରଦାନ କରିଛୁ। ଆଫଗାନିସ୍ତାନ ଗୃହଯୁଦ୍ଧରେ ଆମେରିକା ବହୁ ସୈନଙ୍କୁ ହରାଇଛି। ଆଫଗାନିସ୍ତାନକୁ ବର୍ତ୍ତମାନ ନିଜ ଦେଶ ପାଇଁ ଲଢ଼ିିବାକୁ ପଡିବ ଏବଂ ଆଫଗାନିସ୍ତାନ ନେତାମାନଙ୍କୁ ଏଡ଼େଇ ଏକଜୁଟ ହେବାକୁ ପଡ଼ିବ।
ସୂଚନାନୁସାରେ, ତାଲିବାନ ଏପର୍ଯ୍ୟନ୍ତ ଆଫଗାନିସ୍ତାନର ପାଞ୍ଚଟି ପ୍ରଦେଶର ରାଜଧାନୀକୁ କବଜା କରି ନେଇଛି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

 

Share