Categories: ଖେଳ

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଆଫଗାନିସ୍ତାନ ଦଳ

କାବୁଲ, ୧୬ା୫ (ଏପି): ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ୍‌ ପାଇଁ ୧୫ ଜଣିଆ ଆଫଗାନିସ୍ତାନ ଦଳ ଘୋଷଣା କରାଯାଇଛି। ୨୧ ବର୍ଷୀୟ ଫାଷ୍ଟ ବୋଲର ଅବ୍‌ଦୁଲ ରହମନଙ୍କୁ ପ୍ରଥମଥର ଦଳରେ ସ୍ଥାନ ମିଳିଛି। ଚଳିତ ବର୍ଷ ପରବର୍ତ୍ତୀ ଭାଗରେ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ଆଫଗାନିସ୍ତାନ ଯୋଗ୍ୟତା ଅର୍ଜନ କରିସାରିଛି। ଶ୍ରୀଲଙ୍କାକୁ କିନ୍ତୁ କ୍ୱାଲିଫାୟର ଜରିଆରେ ଯିବାକୁ ହେବ। କ୍ୱାଲିଫାୟରରେ ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ରହି ବିଶ୍ୱକପ୍‌ ପାଇଁ ଦଳ ଯୋଗ୍ୟତା ଅର୍ଜନ କରିବ ବୋଲି ଆଶା କରାଯାଉଛି। ଗତ ନଭେମ୍ବରରେ ଶ୍ରୀଲଙ୍କା ଟୁର୍‌ରେ ଯାଇଥିବା ଶାହିଦୁଲ୍ଲା କମଲ, ୟାମିନ, ଅହମାଦ ଜାଇ, ଜିଆ ଉର୍‌ ରହମନ ଆକବର ଏବଂ ଗୁଲ୍‌ବଦିନ ନାୟକଙ୍କ ନାମ ରିଜର୍ଭ ଖେଳାଳି ତାଲିକାରେ ସ୍ଥାନ ପାଇଛି। ଦିନିକିଆ ଦଳରେ ରଶିଦ ଖାନ୍‌, ମହମ୍ମଦ ନବି, ରହମନତୁଲ୍ଲା ଗୁର୍‌ବାଜ ଓ ନୁର ଅହମ୍ମଦଙ୍କୁ ସାମିଲ କରାଯାଇଛି। ଏହି ଖେଳାଳିମାନେ ବର୍ତ୍ତମାନ ଆଇପିଏଲ୍‌ ଖେଳୁଛନ୍ତି। ତିନୋଟି ଯାକ ମ୍ୟାଚ୍‌ ଜୁନ୍‌ ୨, ୪ ଓ ୭ରେ ହାମ୍‌ବାନ୍‌ଟୋଟାଠାରେ ଖେଳାଯିବ।

Share