Categories: ଖେଳ

୨୮୪ ରନ୍‌ରେ ଅଟକିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୧୫।୧୦: (୦୩) ଅରୁଣ ଜେଟଲି ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଦିନିକିଆ ବିଶ୍ୱକପର ୧୩ତମ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ୪୯ .୫ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୨୮୪ ରନ୍‌ କରିଥିଲା। ଫଳରେ ଇଂଲଣ୍ଡ ଆଗରେ ୨୮୫ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଆଫଗାନିସ୍ତାନ।

ଆଫଗାନିସ୍ତାନର ଦୁଇ ଓପନ ରେହମାନୁଲ୍ଲା ଗୁରବାଜ୍‌ ଏବଂ ଇବ୍ରାହିମ ଜଦ୍ରାନ ପ୍ରାରମ୍ଭରୁ ଧର୍ଯ୍ୟର ସହ ବ୍ୟାଟିଂ କରି ପ୍ରଥମ ଉଇକେଟରେ ୧୧୪ ରନ୍‌ ଯୋଡ଼ି ଥିଲେ। ଗୁରବାଜ୍‌ ୫୭ ବଲ୍‌ରେ ୮୦ ରନ୍‌ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ଜଦ୍ରାନ ୨୮ ରନ୍‌ କରିଥିଲେ। ଇକ୍ରାମ ଆଲିଖିଲ ଲଢୁଆ ବ୍ୟାଟିଂ କମରି ୫୮ ରନ୍‌ କରିଥିଲେ। ସେହିପରି ରସିଦ ଖାଁ ୨୩ ଏବଂ ମୁଜିବ ଉର୍‌ ରେହମାନ୍‌ଙ୍କ ୨୮ ରନ୍‌ର ଉପଯୋଗୀ ଇନିଂସ ଯୋଗୁ ଆଫଗାନିସ୍ତାନ ୨୮୪ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଇଂଲଣ୍ଡର ଆଦିଲ ରସିଦ୍‌ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ମାର୍କ ଉଡ୍‌ ୨ ଉଇକେଟ ନେଇଥିଲେ। ସେହିପରି ଜୋ ରୁଟ୍‌, ଲିଆମ ଲିଭିଙ୍ଗଷ୍ଟୋନ୍‌ ଏବଂ ରିସ୍‌ ଟପଲେ ଗୋଟିଏ ଲେଖାଏ ଉଇକେଟ୍‌ ନେବାରେ ସଫଳ ହୋଇଥିଲେ।

Share