କାବୁଲ,୬।୯: ଆଫଗାନିସ୍ତାନକୁ ତାଲିବାନ କବ୍ଜା କରିବା ପରେ ସେମାନଙ୍କ କ୍ରୁର ଚେହେରା ସାମ୍ନାକୁ ଆସୁଛି। ସେଠାରେ ତାଲିବାନମାନେ ପ୍ରାନ୍ତୀୟ ସହରରେ ଜଣେ ମହିଳା ଗର୍ଭବତୀ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ହୃଦୟବିଦାରକ କଥା ହେଉଛି ମହିଳାଙ୍କ ସ୍ବାମୀ ଏବଂ ପିଲାଙ୍କ ସାମ୍ନାରେ ତାଲିବାନମାନେ ଏହି ହତ୍ୟା କାଣ୍ଡ ଘଟାଇଛନ୍ତି। ସୂଚନାଯୋଗ୍ୟ, ମଧ୍ୟ ଘୋର ପ୍ରାନ୍ତର ରାଜଧାନୀ ଫିରୋଜକୋହରେ ବାନୁ ନେଗର ନାମକ ମହିଳା ପୋଲିସ ଅଫିସରଙ୍କୁ ହତ୍ୟା କରାଯାଇଛି। ତାଲିବାନମାନେ ଯେବେଠୁ ଆଫ୍ଗାନିସ୍ତାନ ଉବରେ କବ୍ଜା କଲେ ସେେବେଠାରୁ ମହିଳାମାନେ ଭୟରେ କାଳାତିପାତ କରୁଛନ୍ତି। ନେଗରଙ୍କ ହତ୍ୟା କାଣ୍ଡ ଆମେ କରିନାହୁଁ, ଘଟଣାର ଯାଞ୍ଚ୍ ଚାଲିଛି ବୋଲି ତାଲିବାନ ପ୍ରବକ୍ତା ଜବିଉଲ୍ଲାହ ମୁଜାହିଦ ପ୍ରକାଶ କରିଛନ୍ତି।