Categories: ଖେଳ

ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳିବାକୁ ଭାରତ ଆସିବ ଆଫଗାନିସ୍ଥାନ

ନୂଆଦିଲ୍ଲୀ,୨୧।୧୧: ଜାନୁଆରୀ ୨୦୨୪ରେ ଭାରତ ଗସ୍ତରେ ଆସି ଆଫଗାନିସ୍ଥାନ ଟିମ୍ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଏନେଇ ଆଫଗାନିସ୍ଥାନ କ୍ରିକେଟ ବୋର୍ଡ ସୁନିଶ୍ଚିତ କରିଛି। ପ୍ରଥମ ଥର ପାଇଁ ଆଫଗାନିସ୍ଥାନ ଟିମ୍ ଭାରତ ବିପକ୍ଷରେ ସୀମିତ ଓଭର ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ଯାଉଛି। ପୂର୍ବରୁ ଦୁଇ ଟିମ୍ ଏସିଆ କପ ଏବଂ ବିଶ୍ୱକପ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି।

ସୂଚନା ଅନୁଯାୟୀ ଜାନୁଆରୀ ୧୧ ତାରିଖରେ ପଞ୍ଜାବ କ୍ରିକେଟ ଆସୋସିଏସନ ପ୍ରଥମ ମ୍ୟାଚ୍ କରିବ। ଦ୍ୱିତୀୟଟି ୧୪ ତାରିଖରେ ଇନ୍ଦୋର ଏବଂ ଶେଷ ମ୍ୟାଚ୍ ୧୭ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ହେବ।

ବିଶ୍ୱକପ୍ ୨୦୨୩ ରେ ଅଭିଯାନ ପରେ ଆଫଗାନିସ୍ତାନ ନିକଟରେ ଅନେକ ପ୍ରଶଂସା ଲାଭ କରିଛି। ସେମାନେ ଇଂଲଣ୍ଡକୁ ୬୯ ରନରେ ପରାସ୍ତ କରିଥିଲେ, ଏହା ପରେ ସେମାନେ ପାକିସ୍ତାନ ଏବଂ ଶ୍ରୀଲଙ୍କାକୁ ମଧ୍ୟ ହରାଇଥିଲେ।

Share