ଉବର କ୍ୟାବ ଚଲାଉଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ

ଓ୍ବାଶିଂଟନ,୨୧।୩: ଦିନେ କାବୁଲରେ ଅର୍ଥ ମନ୍ତ୍ରୀ ଭାବେ ଆଫଗାନିସ୍ତାନର ପାର୍ଲାମେଣ୍ଟରେ ୬ ବିଲିଅନ ଡଲାର ବଜେଟ ଆଗତ କରିଥିଲେ। ମାତ୍ର ବର୍ତ୍ତମାନ ପରିବାରକୁ ଆର୍ଥିକ ସହଯୋଗ କରିବା ପାଇଁ ଓ୍ବାଶିଂଟନ ଡିସିରେ ଉବର କ୍ୟାବ ଚଳାଉଛନ୍ତି ଖାଲିଦ ପାୟେନ୍ଦା। ଆମେରିକୀୟ ଖବରକାଗଜ ଦ ଓ୍ବାଶିଂଟନ ପୋଷ୍ଟ ସହ ଆଲୋଚନା ବେଳେ ୬ ଘଣ୍ଟା ଡ୍ରାଇଭିଂ କରିବା ପରେ ଦୈନିକ ୧୫୦ରୁ କିଛି ଅଧିକ ଡଲାର ରୋଜଗାର କରୁଥିବା ଖାଲିଦ କହିଛନ୍ତି।

ଆଫଗାନିସ୍ତାନ ଏବେ ଆର୍ଥିକ ଏବଂ ମାନବୀୟ ସଙ୍କଟ ଦେଇ ଗତି କରୁଥିବା ବେଳେ ଅନେକ ଦେଶ ତାଲିବାନ ସରକାରକୁ ମାନ୍ୟତା ଦେବାକୁ ଅନିଇଚ୍ଛା ପ୍ରକାଶ କରୁଛନ୍ତି। ତାଲିବାନ ରାଜଧାନୀ କାବୁଲକୁ ଅକ୍ତିଆର କରିବାର ସପ୍ତାହେ ପୂର୍ବରୁୁ ଅର୍ଥ ମନ୍ତ୍ରୀ ପଦରୁ ଖାଲିଦ ଇସ୍ତଫା ଦେଇଥିଲେ। ସେଠାରେ ତାଲିବାନ ସରକାର ଦ୍ୱାରା ଗିରଫ ହେବା ଭୟରେ ଆମେରିକାରେ ବାସ କରୁଥିବା ପରିବାର ପାଖକୁ ସେ ଫେରି ଆସିଥିଲେ। ତେବେ ଆଫଗାନିସ୍ତାନରେ ବର୍ତ୍ତମାନର ସ୍ଥିତି ପାଇଁ ସେ ଆମେରିକାକୁ ଦାୟୀ କରିଛନ୍ତି।

Share