ଧରା ପଡିଯିବା ଭୟରେ ଦମ୍ପତିଙ୍କୁ ହାଣିଲେ

ବ୍ରହ୍ମପୁର,୧୧।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ ସାହିରେ ଜଣେ ଦୁର୍ବୃତ୍ତ ବ୍ୟବସାୟୀଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଉଭୟ ସ୍ତ୍ରୀ ଓ ସ୍ବାମୀ ଗୁରୁତର ହୋଇଛନ୍ତି। ଗୌଡ଼ ସାହିରେ ରହୁଥିବା କେ.ସତୀଶ କୁମାର ସୁବୁଦ୍ଧି (୪୫)ଓ ତାଙ୍କ ସ୍ତ୍ରୀ କେ. ଶ୍ରବନ୍ତି ସୁବୁଦ୍ଧି ଆହତ ହୋଇ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସତିଶଙ୍କ ବେକରେ ଖଣ୍ଡା ଚୋଟ ପଡିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ହାତ ଓ ପିଠିରେ ଖଣ୍ଡା ଚୋଟ ପଡିଛି। ଘଟଣାକୁ ନେଇ ଅଞ୍ଚଳରେ ଓ ବ୍ୟବସାୟୀଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଛି। ସତୀଶଙ୍କ ଏକ ସୁନା ଦୋକାନ ରହିଥିବା ବେଳେ ସେ ମଙ୍ଗଳବାର ରାତିରେ ଖାଇସାରି ଘରେ ଶୋଇଥିଲେ। ବୁଧବାର ଭୋରରେ ଘର ଭିତରେ ଶବ୍ଦ ହେଉଥିବା ଶୁଣି ଶ୍ରବନ୍ତି ତାଙ୍କ ସ୍ବାମୀଙ୍କୁ ଉଠାଇଥିଲେ। ସେମାନେ ବାହାରକୁ ଆସି କଣ ହେଉଛି ଦେଖିବା ବେଳକୁ ଘରୁ ଚୋରି କରିବା ପାଇଁ ଆସିଥିବା ଦୁର୍ବୃତ୍ତ ଜଣଙ୍କ ଖଣ୍ଡାରେ ସତୀଶଙ୍କୁ ଆକ୍ରମଣ କରିଥିଲେ। ସ୍ବାମୀଙ୍କୁ ହାଣି ଦେଉଥିବା ଦେଖି ଶ୍ରବନ୍ତି ତାହାର ପ୍ରତିବାଦ କରିଥିଲେ। ଦୃର୍ବୃତ୍ତ ଜଣଙ୍କ ତାଙ୍କୁ ମଧ୍ୟ ଆକ୍ରମଣ କରି ଚମ୍ପଟ ମାରିଥିଲେ। ମହିଳା ଜଣଙ୍କ ଘର ବାହାରକୁ ଆସି ଚିତ୍କାର କରିଥିଲେ। ସାହି ଲୋକ ସେଠାରେ ପହଞ୍ଚି ଉଭୟ ଆହତଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସେମାନଙ୍କୁ ମେଡିକାଲରେ ଭେଟି ଘଟଣା ସମ୍ପର୍କରେ ପଚରାଉଚରା କରୁଛି। ଲୁଟେରା ଜଣଙ୍କ ଘର ଉପର ମହଲାରେ ଗ୍ରୀଲ କାଟି ଘରେ ପଶି ଏହି କାଣ୍ଡ କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri