ମୃତ ଘୋଷଣା କରିବାକୁ ଡର

ନୟାଗଡ଼,୩୧।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିସତ୍ାଳୟ(ଡିଏଚଏଚ)ରେ ଇଟାମାଟିର ରାଜ କିଶୋର ସାହୁ(୬୦) ନାମକ ଜଣେ ବୃଦ୍ଧ ମରିବାର ୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କଲେ ନାହିଁ ।
ତେବେ ଏ ଘଟଣା ପ୍ରଚାରିତ ପରେ ପାଟିତୁଣ୍ଡ ଓ ଉତ୍ତେଜନା ବଢ଼ି ଚାଲିବାରୁ ଡାକ୍ତର ବାଧ୍ୟ ହୋଇ ମୃତ ଘୋଷଣା କରିଥିବା ଅଭିଯୋଗ ହୋଇଛି ।

ତରବରିଆ ଭାବେ ମହାପ୍ରୟାଣ ଭ୍ୟାନ ଡକାଇ ମୃତଦେହକୁ ଘରକୁ ପଠାଇବାର ବ୍ୟବସ୍ଥା କଲେ। ତେବେ ବୃଦ୍ଧ ଜଣକ ବେଡ୍‌ ନ ପାଇ ମେଡିସିନ ୱାର୍ଡର ବାରଣ୍ଡାରେ ଚିକିସତ୍ିତ ହେଉଥିଲେ । ସ୍ବାସ୍ଥ୍ୟସେବା ଠିକରେ ନ ମିଳିବାରୁ ଅସନ୍ତୋଷ ବ୍ୟକ୍ତ କରି ମେଡିସିନ ୱାର୍ଡର ବାରଣ୍ଡାରେ ପଡିଥିବା ଚୌକିରେ ବସିି କ୍ଷୋଭ ପ୍ରକାଶ କରୁଥିଲେ । ଚୌକିରେ ବସିଥିବାବେଳେ ବୃଦ୍ଧ ଟଳି ପଡି ପ୍ରାଣ ହରାଇଥିଲେ । ହେଲେ ପରିବାର ଲୋକ ଜାଣି ପାରି ନ ଥିଲେ । ରାଜ କିଶୋରଙ୍କ ମୃତ୍ୟୁ ହେଉ ଅଥବା ଅନ୍ୟ କାହାରି ମୃତ୍ୟୁ ହେଉ ଅନେକ ସମୟରେ ଅନେକ ରୋଗୀ ସ୍ବାସ୍ଥ୍ୟ ସେବା ଠିକ୍‌ ନ ପାଇ ପ୍ରାଣ ହରାଉଛନ୍ତି। ଚିକସତ୍ାରେ ଅବହେଳା ଅଭିଯୋଗ ଉଠିଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚତୁରତାର ସହ ମୃତଦେହକୁ ଘରକୁ ପଠାଇ ଘଟଣାକୁ ଚାପି ଦିଆ ଯାଉଥିବାର ଅଭିଯୋଗ ହୋଇଛି ା ତେବେ ଜିଲା ମୁଖ୍ୟ ଚିକିସତ୍ାଳୟରେ ଚାଲିଥିବା ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିକାର ହେଉ ନ ଥିବାରୁ ରାଜ କିଶୋରଙ୍କ ପରି ଜଣକ ପରେ ଜଣେ ପ୍ରାଣ ହରାଉଛନ୍ତି । ଅଭିଯୋଗ ନ ଥିବା ଦର୍ଶାଇ ସିଡିଏମ୍‌ଓ ଓ ଜିଲା ମୁଖ୍ୟ ଚିକିସତ୍ାଳୟର ସୁପରିଟେଣ୍ଡେଣ୍ଟ ଘଟଣାର ତଦନ୍ତ କରୁ ନ ଥିବା ସାଧାରଣରେ ମତ ପ୍ରକାଶ ପାଇଛି ା
ଇଟାମାଟିର ରାଜକିଶୋର ସାହୁ ମଙ୍ଗଳବାର ଅସୁସ୍ଥତା ଅନୁଭବ କରିବା ପରେ ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ତାଙ୍କୁ ମେଡିସିନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ହେଲେ ବେଡ୍‌ ନ ଥିବାରୁ ବାରଣ୍ଡାରେ ଚିକିସତ୍ିତ ହେଉଥିଲେ । ରାଜକିଶୋରଙ୍କ ପରିବାର ପକ୍ଷରୁ କୁହାଯାଇଛି ମଙ୍ଗଳ ଓ ବୁଧବାର ଦୁଇ ଦିନ ହେଲା ଠିକ୍‌ରେ ସ୍ବାସ୍ଥ୍ୟସେବା ମିଳି ନ ଥିଲା । ବୁଧବାର ଅପରାହ୍ନରେ ରାଜକିଶୋର ଚିକିସତ୍ାଳୟରେ ଟିକିଏ ବୁଲି ବାରଣ୍ଡାରେ ପଡିଥିବା ଚୌକିରେ ବସି ପଡିଥିଲେ । କିଛି ସମୟ ପରେ ଚୌକିରେ ଟଳି ପଡି ପ୍ରାଣ ହରାଇଥିଲେ ।

ପରିବାର ସଦସ୍ୟ ନର୍ସ ଓ ଡାକ୍ତରଙ୍କୁ ବାରମ୍ବାର ଡାକିବା ପରେ ବିଳମ୍ବରେ ଆସି ଇଞ୍ଜେକଶନ ଦିଆଗଲା । ତେବେ ଡାକ୍ତର ସିକ୍ୟୁରିଟ୍‌ ଗାର୍ଡଙ୍କୁ କଣ କହି ଚାଲି ଯାଇଥିଲେ । ପରେ ଡାକ୍ତର ଓ ନର୍ସ ଆସି ନ ଥିଲେ । ପରିବାର ଜାଣି ପାରିଥିଲେ ରାଜ କିଶୋର ମରି ଯାଇଛନ୍ତି । ହେଲେ ଡାକ୍ତର ମୃତ ଘୋଷଣା ନ କରିବାରୁ ସେମାନଙ୍କ ଟେନଶନ ବଢ଼ି ଯାଇଥିଲା । ସେ ସମୟରେ ରାଜ ପାଟଣାର ଜଣେ ପଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧି ଓ ସାମାଜିକ କର୍ମୀ ଘଟଣା ସମ୍ପର୍କରେ ଅବଗତ ହୋଇ ପାଟିତୁଣ୍ଡ କରିଥିଲେ । ଉତ୍ତେଜନା ବଢ଼ିବା ଦେଖି ଡାକ୍ତର ମୃତ ଘୋଷଣା କରି ଦାୟିତ୍ୱ ଶେଷ କରିଦେଲେ ।
ଏନେଇ ସାମାଜିକ କର୍ମୀ ବିଭୂତି ପଟ୍ଟନାୟକ କୁହନ୍ତି ରାଜ କିଶୋରଙ୍କ ମୃତ୍ୟୁକୁ ଅନୁଧ୍ୟାନ କଲେ ପ୍ରଶ୍ନ ଉଠୁଛି ମୃତକଙ୍କୁ ମୃତ ଘୋଷଣା କରିବାକୁ ଡାକ୍ତର କାହିଁକି ୨ ଘଣ୍ଟା ସମୟ ନେଲେ ।

ଏହା ପଛରେ ଚିକିସତ୍ା ଅବହେଳା ଅଭିଯୋଗ ଥିବାରୁ ଡାକ୍ତର ଜାଣି ଶୁଣି ମୃତ ଘୋଷଣା କଲେ ନାହିଁ । ଅନ୍ୟପକ୍ଷେ ଗତ କିଛି ଦିନ ହେଲା ଡିଏଚଏଚରେ ରୋଗୀଙ୍କୁ ବେଡ୍‌ ମିଳୁନି । ଜଣେ ରୋଗୀ ଚୌକିରେ ବସି ପ୍ରାଣ ହରାଇବା ଜିଲା ପାଇଁ ଅପମାନ । ଏ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବା ଦରକାର । ନଚେତ ଚିକସତ୍ା ଅବହେଳାରୁ ପୁଣି ଅନ୍ୟ କିଏ ପୁଣି ମରି ପାରେ ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ । ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିସତ୍ାଧିକାରୀ ରମାକାନ୍ତ ପଣ୍ଡା ଓ ଜିଲା ମୁଖ୍ୟ ଚିକିସତ୍ାଳୟର ସୁପରିଟେଣ୍ଡେଣ୍ଟ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ା ହେଲେ ଉଭୟ ଫୋନ ଉଠାଇ ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପାର୍ଥିଙ୍କ ନାମ! RJD ଏମପି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୪: ଗୁରୁବାର ପାଟନାର ଆରଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ମହାମେଣ୍ଟର ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିଙ୍କ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। କିନ୍ତୁ, ବୈଠକରେ ଯୋଗ...

ବନ୍ଧୁକ ଛାଡ଼ିଲେ ୨୨ ମାଓବାଦୀ

ସୁକମା,୧୮।୪: ଦିନକୁ ଦିନ ଭୁଷୁଡୁଛି ମାଓବାଦୀଙ୍କ ଗଡ଼। ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ। ଶୁକ୍ରବାର ଛତିଶଗଡ଼ ସୁକୁମା ପୋଲିସ ନିକଟରେ ୨୨ ମାଓବାଦୀ...

ଟ୍ରମ୍ପ୍‌ଙ୍କୁ ‘ସୁପ୍ରିମ’ ଝଟ୍‌କା: ନିଷ୍ପତ୍ତି ଉପରେ ଲାଗିଲା ରୋକ

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି। ଜନ୍ମରୁ ନାଗରିକତା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ କୋର୍ଟ...

ମାଲେସିଆ ବୁଲିବେ ଓଡ଼ିଶା ଚାଷୀ

ଭୁବନେଶ୍ୱର,୧୮।୪: ଓଡ଼ିଶା କୃଷି ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶୁକ୍ରବାରଠାରୁ ୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ...

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ): ଚକ୍ରତୀର୍ଥରୁ ନିଜ ଘର ପୁରୁଣାଘାଟି ଫେରୁଥିବା ସମୟରେ କିଷାନ ପ୍ରଧାନ ନାମକ ଜଣେ ଯୁବକ କୁସବଣୀ ଛକ ନିକଟରେ ବାଇକ୍‌ ସ୍ଲିପ୍‌...

‘ବିଶ୍ୱରେ ତାଙ୍କ ପରି କେହି ନାହିଁ, ୧୦୦ ପ୍ରତିଶତ ହେବ ଚୁକ୍ତି’, Giorgia Meloniଙ୍କୁ ଭେଟିବା ପରେ ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଭେଟିଥିଲେ, ଯିଏ ଗୁରୁବାର ଶୁଳ୍କ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସର ଏକ ସରକାରୀ...

ମୁର୍ଶିଦାବାଦ ହିଂସାକୁ ନେଇ ଜ୍ଞାନ ଦେଉଥିଲା Bangladesh ଭାରତ କହିଲା, ପ୍ରଥମେ ନିଜ ଘର ସମ୍ଭାଳ

ନୂଆଦିଲ୍ଲୀ,୧୮।୪: ପଶ୍ଚିମବଙ୍ଗରେ ୱକଫ ଆଇନକୁ ନେଇ ହିଂସା ଉପରେ Bangladeshର ମନ୍ତବ୍ୟକୁ ଭାରତ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ଏହି ମନ୍ତବ୍ୟ...

Houthi ବିଦ୍ରୋହୀଙ୍କ ଉପରେ ପୁଣି ଆମେରିକା ସେନାର ଆକ୍ରମଣ, ବୋମା ମାଡରେ ୩୮ ମୃତ, ୧୦୨ ଆହତ

ଦୁବଇ,୧୮।୪: ୟେମେନର Houthi ବିଦ୍ରୋହୀମାନେ ଦାବି କରିଛନ୍ତି ଯେ ଆମେରିକା ରାସ ଇସା ତୈଳ ବନ୍ଦର ଉପରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image