ହଟ୍‌ ସିନ୍‌ କରିବାକୁ ଡର ଲାଗେ: ସାମନ୍ଥା ପ୍ରଭୁ

ମୁମ୍ବାଇ: ଲୋକପ୍ରିୟ ତେଲଗୁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିଜର ବୋଲ୍ଡ ଲୁକ୍‌ ଓ ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଦର୍ଶକ ଓ ନିଜ ଫ୍ୟାନ୍ସଙ୍କୁ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ପୁଷ୍ପାଶୁକ୍ରବାର ସେ ଇଣ୍ଡିଆ ଟୁଡେ କନକ୍ଲେଭ ୨୦୨୪ ରେ ଯୋଗ ଦେଇଛନ୍ତି। ‘Splendid Miss Samantha’ ଶୀର୍ଷକ ସେସନରେ ଯୋଗ ଦେଇ ସାମନ୍ଥା କହିଛନ୍ତି, ସେ କିପରି ହଟ୍‌ ସିନ ଦେବାକୁ୍‌ ଅସହଜ ଅନୁଭବ କରନ୍ତି।

ସେ ‘ଫ୍ୟାମିଲି ମ୍ୟାନ’ ଓ ‘ପୁଷ୍ପା’ ରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି। ଇଣ୍ଡିଆ ଟୁଡେର ଏହି ଇଭେଣ୍ଟରେ ଯୋଗଦେଇ ସାମନ୍ଥା କହିଛନ୍ତି, ଏହି ଫିଲ୍ମରେ ଅଭିନିୟ କରିବା ପାଇଁ ତାଙ୍କୁ ଷ୍ଟେରୋୟଟାଇପ ହେବାକୁ ପଡିଥିଲା। ‘ଓ ଅଣ୍ଟାଭା’ ରେ ପ୍ରଦର୍ଶନ କରିବା ତାଙ୍କ ପାଇଁ ବହୁ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ସେ କହିଛନ୍ତି, ସବୁଠାରୁ ଭଲ ଜିନିଷ ହେଉଛି ଆପଣଙ୍କ ଚାରିପାଖରେ ବେଶୀ ଲୋକ ନ ରହିବା। ସେମାନେ ଆପଣଙ୍କର କୌଣସି କାମରେ ନିଜର ଓପିନିଅନ ଲଦି ଦେବେ ନାହିଁ। ପ୍ରତିଟି କାମରେ ଭୂଲ କରି ସେଥିରୁ କିଛି ଶିଖିବାକୁ ମୁଁ ଚାହେଁ। ଭୂଲରୁ ହିଁ ବହୁତ କିଛି ଜିନିଷ ଶିଖିଥାଏ। କିନ୍ତୁ ‘ଓ ଅଣ୍ଟାଭା’ରେ ଡ୍ୟାନ୍ସ କରିବାକୁ ଅଫର ସେହି ସମୟରେ ଆସିଥିଲା ଯେଉଁ ସମୟରେ ମୁଁ ହଟ୍‌ ସିନ୍‌ କରିବାକୁ ଅସହଜ ମଣୁଥିଲି। ସେହି ସମୟରେ ଏପରି ସ୍ଥିତିରେ ଥିଲି, ଯେଉଁଠି ମୋତେ କିଛି ବି ଠିକ୍‌ ଲାଗୁ ନ ଥିଲା। ମୋ ପାଖରେ ଆତ୍ମବିଶ୍ୱାସ ନ ଥିଲା କି ନିଜକୁ ଅସୁନ୍ଦର ଭାବୁଥିଲି। ମୁଁ କୌଣସି କାମ ଠିକ୍‌ ସେ କରିପାରୁଥିଲି।

‘ଓ ଅଣ୍ଟାଭା’ କରିବା ସମୟରେ ମୁଁ ଭୟରେ ଥରୁଥିଲି। ଏପରି ବୋଲ୍ଡ ଦେଖାଯିବାକୁ ମୁଁ ଡରୁଥିଲି। ହେଲେ ପଛରେ ଜାଣିଲି ଯେ, ଏହି ଭୟ ହିଁ ମୋ ସାହସକୁ ବଢେଇବାରେ ସାହାର୍ଯ୍ୟ କରିଛି ବୋଲି ସାମନ୍ଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଫେରିଯିବେ ସୀମା ହାଇଦର! ପାକିସ୍ତାନୀ ଭିସା ବାତିଲ ପରେ ଏବେ କ’ଣ ହେବ…

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସୀମା ହାଇଦରଙ୍କ ସ୍ବାମୀଙ୍କର ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଗୁଲାମ ହାଇଦର ତାଙ୍କ ପତ୍ନୀ ସୀମା...

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କେସିଙ୍ଗା ମୁସଲମାନ ସମାଜର ବିରୋଧ, ଦୋଷୀଙ୍କୁ କଠୋର ଦଣ୍ଡ ସହ ଫାଶୀ ପାଇଁ ଦାବି

କେସିଙ୍ଗା,୨୫ା୪(ତୁମେଶ୍ୱର ସାହୁ): କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ...

ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତା ପାଇଁ ମାଓବାଦୀଙ୍କ ଅପିଲ

ରାୟପୁର,୨୫।୪: ଦିନକୁ ଦିନ ମାଓବାଦୀ ସଙ୍ଗଠନ ଦୁର୍ବଲ ହେଉଥିବା ବେଳେ ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତା ପାଇଁ ମାଓବାଦୀ ସଙ୍ଗଠନ ପ୍ରସ୍ତୁତ ବୋଲି ଅନୁରୋଧ କରିଛନ୍ତି।...

କଶ୍ମୀରରେ ରାହୁଲ ଗାନ୍ଧୀ, ପହଞ୍ଚୁ ପହଞ୍ଚୁ ଆଗରେ ଘଟିଗଲା…

ଶ୍ରୀନଗର,୨୫।୪: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ପହଞ୍ଚିଛନ୍ତି। ସେ ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା...

ପାକିସ୍ତାନ ବିରୋଧରେ ବାହାରିଲା ମୁସ୍‌ଲିମ୍‌ ଅଞ୍ଜୁମାନ କମିଟି, ନାରାରେ କମ୍ପୁଛି ଜୟପୁର

ଜୟପୁର,୨୫ା୪: ଜୟପୁର ବ୍ରହ୍ମାସାହି ନିକଟ ମସ୍‌ଜିଦ୍‌ରେ ଶୁକ୍ରବାର ଅବସରେ ନାମଜ ପରେ ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ମୁସଲିମ ଅଞ୍ଜୁମାନ କମିଟିର ସଦସ୍ୟମାନେ ଏକ...

ବଡ଼ ଖବର: ଓଡ଼ିଶାରେ ପାକିସ୍ତାନୀ, ଆକ୍ସନ ମୋଡରେ ସରକାର

ଭୁବନେଶ୍ୱର,୨୫।୪: ପହଲଗାମ ଘଟଣାରେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଚହଳ ପଡିଛି। ଏଥିରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ...

ବର୍ଷେ ହେଲା ପମ୍ପ ହାଉସ୍‌ ଅଚଳ: ଝରଣାପାଣି ପିଉଛନ୍ତି ଗ୍ରାମବାସୀ

ସୁନାବେଡା,୨୫ା୪(କୃତ୍ତିବାସ ପ୍ରଧାନ): ସରକାର ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପାଣି ଟାଙ୍କି ସହ ପମ୍ପ ହାଉସ କରିଥିଲେ...

Pahalgam Terror Attack: ଭାରତ-ପାକିସ୍ତାନ ବର୍ଡରରେ ପହଞ୍ଚିଲେ Army Chief: କିଛି ବି ଘଟିପାରେ

ଶ୍ରୀନଗର,୨୫।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଶ୍ରୀନଗରରେ ପହଞ୍ଚିଛନ୍ତି। ଏଠାରେ ସେନା କମାଣ୍ଡରମାନେ ଜେନେରାଲ ଦ୍ୱିବେଦୀଙ୍କୁ ବର୍ତ୍ତମାନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image