ପହଁରିବାକୁ ଡର

ଭିକି କୌଶଲ ଯେ ଜଣେ ଦକ୍ଷ ଅଭିନେତା, ଏକଥା ସମସ୍ତେ ଜାଣନ୍ତି। ହେଲେ ତାଙ୍କ ମନରେ ଏକ ଅବସୋସ ରହିଯାଇଛି। ତାହା ହେଲା ପହଁରିବା ବା ସୁଇମିଙ୍ଗ। କଥା କ’ଣ କି ଭିକିଙ୍କୁ ଆଦୌ ସୁଇମିଙ୍ଗ ଜଣାନାହିଁ। ଏକଦା ସେ ତାଙ୍କ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ। ସମୁଦ୍ରରେ ତାଙ୍କୁ ଯେତେବେଳେ ତାଙ୍କର ସାଙ୍ଗମାନେ ଗାଧୋଇବାକୁ ଡାକିଲେ ଭିକି ନମ୍ରତାର ସହ ମନା କରିଦେଇଥିଲେ। ଏ ନେଇ ଭିକି କହନ୍ତି, ‘ମୋତେ ପହଁରିବାକୁ ଭାରି ଡର ଲାଗେ। ଯଦି ଗଭୀର ପାଣି ଦେଖେ ତା’ଠାରୁ ମୁଁ ଦୂରେଇ ରହେ। ଏଭଳି ଏକ ଭୟ ପିଲାଟି ଦିନରୁ ମୋ ମନରେ ରହିଆସିଛି। କେତେଥର ଚିନ୍ତା କରିଛି ମୋର ଏହି ଅବସୋସକୁ ପୂରଣ କରିବି। ଯେମିତି ହେଲେ ସୁଇମିଙ୍ଗ ଶିଖିବି। ହେଲେ ମନକୁ ସିନା ଦୃଢ଼ କରି ଆଗାଏ, ହେଲେ ଠିକ୍‌ ସ୍ଥାନରେ ପୁଣି ଦୋଛକିରେ ପଡିଯାଏ। ଦୁଇ-ତିନି ଥର ସୁଇମିଙ୍ଗ ପ୍ରାକ୍ଟିସରୁ ଫେରିଛି। ଆଉ ତା’ପରେ ଡିସିସନ ନେଇଛି ଯେ ଏ କାମ ମୋ ଦ୍ୱାରା ହେବ ନାହିଁ। ତେଣୁ ସୁଇମିଙ୍ଗ ହିଁ ମୋ ମନରେ ଏକ ଅବସୋସ ଭାବରେ ରହିଯାଇଛି।’ ଆଉ ଏକ କଥା। ଭିକିଙ୍କୁ ହରର୍‌ ଫିଲ୍ମ ଦେଖିବାକୁ ଭାରି ଡର ଲାଗେ। ନିକଟରେ ଭିକି ଏକ ନୂଅ ସିନେମା ସାଇନ୍‌ କରିଛନ୍ତି, ଯାହାର ଟାଇଟଲ ରହିଛି ‘ଜରା ହଟ୍‌କେ, ଜରା ବଚ୍‌କେ’। ଏଥିରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ସାରା ଅଲ୍ଲୀ ଖଁା।

Share