Categories: ଜାତୀୟ

ଆଫ୍ରିକୀୟ ଚିତାର ଭାରତରେ ପ୍ରଥମ ଶିକାର

ନୂଆଦିଲ୍ଲୀ,୮।୧୧: ଆଫ୍ରିକୀୟ ଦେଶ ନାମିବ୍ୟାରୁ ସେପ୍ଟେମ୍ବର ୧୭ରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଚିତା ଭାରତ ମାଟିରେ ପ୍ରଥମ ଶିକାର କରିଛନ୍ତି। କ୍ୱାରାଣ୍ଟାଇନରେ ଥିବା ୮ଟି ଚିତାଙ୍କ ମଧ୍ୟରୁ ଦୁଇ ଅଣ୍ଡିରା ଚିତା ଫ୍ରେଡି ଏବଂ ଏଲ୍‌ଟନଙ୍କୁ ଗତ ୫ ତାରିଖରେ ଏକ ବୃହତ୍‌ ଏନ୍‌କ୍ଲୋଜର ମଧ୍ୟରେ ଛଡ଼ାଯାଇଥିଲା। ମୁକ୍ତ ହେବାର ୨୪ ଘଣ୍ଟା ମଧ୍ୟରେ ସେମାନେ ଏକ ହରିଣ ଶିକାର କରିଛନ୍ତି। ଚିତାଗୁଡ଼ିକ ସୁସ୍ଥ, ସକ୍ରିୟ ରହିବା ସହ ପରିବେଶ ସହ ଖାପଖୁଆଇ ଗଲେଣି ବୋଲି ଶନବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଅନ୍ୟ ଚିତାଗୁଡ଼ିକୁ ଖୁବ୍‌ଶୀଘ୍ର ମୁକ୍ତ କରାଯିବ।

Share