Categories: ଜାତୀୟ

ଆସାମରେ ଆଫ୍ରିକାନ ‘ସ୍ବାଇନ୍‌ ଫ୍ଲୁ’ ଚିହ୍ନଟ

ଦିସପୁର,୧୭।୭: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ଚିନ୍ତା ବଢାଇଲାଣି ଆଫ୍ରିକାନ ‘ସ୍ବାଇନ୍‌ ଫ୍ଲୁ’। ଆସାମରେ ଘୁଷୁରୀମାନଙ୍କ ମଧ୍ୟରେ ଆଫ୍ରିକାନ ‘ସ୍ବାଇନ୍‌ ଫ୍ଲୁ ’ମାମଲା ଚିହ୍ନଟ ହୋଇଛି। ଦିବ୍‌ରୁଗଡ଼ ଭୋଗାଲି ପଥର ଗାଁରେ ଏକ ଘୁଷୁରୀ ପଜିଟିଭ୍‌ ଚିହ୍ନଟ ହୋଇଛି। ପଶୁ ଚିକିତ୍ସାଧିକାରୀ ଏନେଇ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ କହିବା ଅନୁଯାୟୀ, ଘୁଷୁରୀ ଠାରେ ଏହି ଭାଇରସ ଚିହ୍ନଟ ହୋଇଥିବା ବେଳେ ସେହିଠାରୁ ଏକ କିମି ପର୍ଯ୍ୟନ୍ତ ଘୁଷୁରୀକୁ ମାରି ପୋତି ଦିଆଯାଇଛି। ଏଥିସହ ପୂରା ଅଞ୍ଚଳକୁ ସାନିଟାଇଜ କରାଯାଇଛି। ସରକାରୀ ରିପୋର୍ଟ ଅନୁସାରେ, ୨୦୨୦ମସିହାରୁ ଚଳିତ ବର୍ଷ ଜୁଲାଇ ୧୧ ପର୍ଯ୍ୟନ୍ତ ୧,୧୮୧ ଘୁଷୁରିଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ପ୍ରାୟ ୪୦,୧୫୯ ଘୁଷୁରି ଜ୍ୱରରେ ମୃତ୍ୟୁ ବରଣ କରିଛନ୍ତି। ଆସାମ, ମିଜୋରାମ, ସିକିମ୍‌, ନାଗାଲାଣ୍ଡ, ତ୍ରିପୁରା, ଏବଂ ଉତ୍ତରାଖଣ୍ଡ ଏବଂ ବିହାରରେ ଆଫ୍ରିକାନ ‘ସ୍ବାଇନ୍‌ ଫ୍ଲୁ’ ମାମଲା ରିପୋର୍ଟ ହୋଇଛି।

Share