Categories: ଜାତୀୟ

ତ୍ରିପୁରାରେ ସ୍ୱାଇନ ଫ୍ଲୁ: ଘୁଷୁରିଙ୍କୁ ମାରିବାକୁ ଦିଆଗଲା ନିର୍ଦ୍ଦେଶ

ଅଗରତାଲା,୧୯ ।୪: ଦେଶର ପୂର୍ବ ଭାଗରେ ଥିବା ରାଜ୍ୟ ମିଜୋରାମରେ ସ୍ୱାଇନ ଫ୍ଲୁ ବ୍ୟାପିବା ପରେ ଏବେ ଏହା ତ୍ରିପୁରାରେ ପହଞ୍ଚିଲାଣି । ତ୍ରିପୁରାର ସୋପାହିଜାଲା ଜିଲା ଅନ୍ତର୍ଗତ ଦେବୀପୁରରେ ପ୍ରାଣୀ ସଂଶାଧନ ବିକାଶ ବିଭାଗ(ଏଆର୍‌ଡିଡି) ଦ୍ୱାରା ସଂଚାଳିତ ସରକାରୀ ପ୍ରଜନନ ଫାର୍ମରେ ଆଫ୍ରିକାନ୍ ସ୍ୱାଇନ ଫ୍ଲୁ(ଏଏସ୍‌ଏଫ୍‌) ପହଞ୍ଚିଥିବା ଜଣାପଡିଛି । ବିଭାଗର ଶୀର୍ଷ ଅଧିକାରୀ ନାମ ପ୍ରକାଶ ନ କରିବା ସର୍ତ୍ତରେ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଫାର୍ମରେ ଥିବା ଘୁଷୁରିମାନଙ୍କ ନିକଟରେ ଆଫ୍ରିକାନ ସ୍ୱାଇନ ଫ୍ଲୁର ଲକ୍ଷଣ ଦେଖାଯିବା ପରେ ଜଣାପଡିଛି କି ରୋଗ ପୂର୍ବରୁ ଫାର୍ମରେ ପ୍ରବେଶ କରି ସାରିଛି । ଅଗରତାଲାର ରୋଗ ଯାଞ୍ଚ କେନ୍ଦ୍ରର ବିଶେଷଜ୍ଞଙ୍କ ଏକ ଟିମ ସୋମବାର ଫାର୍ମ ପହଞ୍ଚି ସ୍ଥିତିର ସମୀକ୍ଷା କରିବା ସହ ର‌୍ୟାପିଡ ରେସପନ୍ସ ଟିମର ଗଠନ କରିଛନ୍ତି । ୭ ଏପ୍ରିଲରେ ୩ ନମୁନା ପରୀକ୍ଷା ପାଇଁ ଉତ୍ତର-ପୂର୍ବ କ୍ଷେତ୍ରୀୟ ରୋଗ ନିଦାନ ପ୍ରୟାଗଶାଳା ପଠାଯାଇଥିଲା । ଏହାପରେ ୧୩ ଏପ୍ରିଲରେ ଆସିଥିବା ରିପୋର୍ଟରେ ସବୁ ପଜିଟିଭ ଥିବା ଜଣାପଡିଛି ।
ସରକାର ଏହି ରୋଗାକୁ ରୋକିବା ପାଇଁ ସଂକ୍ରମିତ ଘୁଷୁରୀଙ୍କୁ ମାରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏମାନଙ୍କୁ ପୋତିବାକୁ ୮ ଫୁଟର ଗାତ ଖୋଳିବାକୁ ବି କୁହାଯାଇଛି । ଫଳରେ ରାଜ୍ୟରେ ଏହି ସଂକ୍ରମଣ ଆଉ ବ୍ୟାପି କାରିବ ନାହିଁ ।

Share