କୁହାଯାଏ ଜଣେ ବ୍ୟକ୍ତି ସଚ୍ଚୋଟ କି ନୁହେଁ ତାହା ତା’ର ଆଖିରୁ ଜଣାପଡିଥାଏ। ହେଲେ ଦେଖିବା ଲୋକର ନଜର ଠିକ୍ ଥିବା ଦରକାର। ସମସ୍ତେ ଚାହାନ୍ତି ତାଙ୍କ ଆଖି ସୁନ୍ଦର ହେଉ। କାରଣ ହୃଦୟର କଥା ଆଖି ମାଧ୍ୟମରେ କୁହାଯାଏ। ଏହି ଆଖିରୁ ହିଁ ଜଣେ ବ୍ୟକ୍ତି ଖୁସି ଅଛି କି ଦୁଃଖୀ ତାହା ଜଣାପଡ଼ିଥାଏ। ହେଲେ ଆଖି ପାଇଁ ଜଣେ ସ୍ବାମୀ ତାର ସ୍ତ୍ରୀ ଏବଂ ୨ ଝିଅଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଘଟଣାଟି ହେଉଛି ନାଇଜେରିଆର।
ମହିଳା ଜଣଙ୍କ ହେଲେ ରିସିକତ୍। ତାଙ୍କର ୨ ଝିଅ ଅଛନ୍ତି। ମା’ ଏବଂ ୩ ଝିଅଙ୍କ ଆଖି ନୀଳ ରଙ୍ଗର। ହେଲେ ରିସିକତ୍ଙ୍କ ସ୍ବାମୀଙ୍କୁ ଏମିତି ଆଖି ପସନ୍ଦ ଲାଗୁ ନ ଥିଲା। ତେଣୁ ସେ ୨ ଝିଅକୁ ମଧ୍ୟ ଭଲ ପାଉ ନ ଥିଲେ। ଫଳରେ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଲାଗିଲା। ତେଣୁ ରିସିକତ୍ ନିଜ ବାପ ଘରକୁ ଚାଲିଗଲେ।
ଏ ନେଇ ରିସିକତ୍ କୁହନ୍ତି, ବିବାହ ପରଠାରୁ ସ୍ବାମୀ ତାଙ୍କ ଆଖିକୁ ପସନ୍ଦ କରୁ ନ ଥିଲେ। ପରେ ୨ ଝିଅଙ୍କର ମଧ୍ୟ ନୀଳ ରଙ୍ଗର ଆଖି ହେଲା। ତେବେ ସେମାନଙ୍କ ଆଖିରେ କୌଣସି ଅସୁବିଧା ନାହିଁ। ସେମାନଙ୍କୁ ଠିକ୍ଭାବେ ଦେଖାଯାଉଛି ମଧ୍ୟ। ମାତ୍ର ଏପରି ଆଖି ପାଇଁ ସେମାନଙ୍କ ଘରେ କଳହ ଲାଗି ରହିଲା। ତେଣୁ ରିସିକତ୍ ନିଜ ବାପ ଘରକୁ ଚାଲିଯାଇଥିବା କହିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।