Categories: ଫୁରସତ

ଭାରତୀୟ କନ୍ୟାବେଶରେ ସଜେଇ ହେଲେ ବିଦେଶିନୀ, କାରଣ ଜାଣିଲେ…

ଫିଲ୍ମ କିମ୍ବା ସୋସିଆଲ ମିଡିଆରେ ଅନ୍ୟ ଦେଶର ବିବାହ ସମ୍ବନ୍ଧୀୟ ଭିଡିଓ, ବରକନ୍ୟା ପିନ୍ଧିଥିବା ପୋଷାକ ନିଶ୍ଚିତ ଦେଖିଥିବେ। କିନ୍ତୁ ସବୁଠୁ ସୁନ୍ଦର ଦେଖାଯା’ନ୍ତି ଭାରତୀୟ ବରକନ୍ୟା। ଏହାକୁ କେହି ବି ଅସ୍ବୀକାର କରିପାରିବେ ନାହିଁ। ଅଳଙ୍କାର, ବିବାହ ପୋଷାକ ଏବଂ ମେକଅପ୍‌ଠାରୁ ଆରମ୍ଭ କରି ଭାରତୀୟ ବରକନ୍ୟାଙ୍କ ତୁଳନାରେ ଦୁନିଆର ଅନ୍ୟ କୌଣସି ଦେଶର ନବଦମ୍ପତି ଏତେ ସୁନ୍ଦର ଦେଖାଯାନ୍ତି ନାହିଁ। ଏହି କାରଣରୁ ଅନ୍ୟ ଦେଶର ମହିଳାମାନେ ବେଳେବେଳେ ଭାରତୀୟ କନ୍ୟାଙ୍କ ପରି ସଜେଇ ହେବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ଏବେ ଭାରତୀୟ କନ୍ୟା ପରି ଜଣେ ଆଫ୍ରିକୀୟ ଯୁବତୀ ସଜେଇ ହୋଇଛନ୍ତି। ଯାହାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଇନ୍‌ଷ୍ଟାଗ୍ରାମ ୟୁଜର ନେହା ଗ୍ରୋଭର ପଞ୍ଜାବର ଜଲନ୍ଧରରେ ରହୁଥିବା ଜଣେ ମେକ୍‌ଅପ୍‌ ଆର୍ଟିଷ୍ଟ। ତାଙ୍କୁ ପ୍ରାୟ ୧ ଲକ୍ଷ ଲୋକ ଫଲୋ କରୁଛନ୍ତି। ସେ ପ୍ରାୟତଃ ମହିଳାମାନଙ୍କର ମେକ୍‌ଅପ୍‌ କୌଶଳ ଦେଖାଇବା ପାଇଁ ବ୍ରାଇଡାଲ ଫଟୋଶୁଟ୍‌ କରନ୍ତି। ନିକଟରେ ନେହା କିଛି ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଜଣେ ନାଇଜେରିଆ ମହିଳାଙ୍କ ଭାରତୀୟ କନ୍ୟା ପରି ମେକ୍‌ଅପ୍‌ କରିଛନ୍ତି। ଭିଡିଓଟି ଦିନକୁ ଦିନ ଅଧିକ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ନେହା କହିଛନ୍ତି, ଜଣେ ଭାରତୀୟ କନ୍ୟା ପରି ଜଣେ ଆଫ୍ରିକୀୟ ମହିଳାଙ୍କୁ ସଜାଇବା ତାଙ୍କ ପାଇଁ ସ୍ବପ୍ନ। ତା’ପରେ ସେ ଜଣେ ନାଇଜେରିଆ ଯୁବତୀଙ୍କୁ ପାଇଲେ ଯିଏ କି ଭାରତୀୟ ସଂସ୍କୃତି ଏବଂ ପୋଷାକକୁ ଭଲ ପାଉଥିଲେ। ନେହା ସେହି ଯୁବତୀଙ୍କୁ ବ୍ରାଇଡାଲ ମେକ୍‌ଅପ୍‌ ଦେଇଥିଲେ। ଭିଡିଓ ଆରମ୍ଭରେ ନାଇଜେରିଆ ଯୁବତୀ ବିନା ମେକଅପ୍‌ରେ ଦେଖାଯାଉଛନ୍ତି। ପରେ ଏକ ଲେହେଙ୍ଗାରେ। ଶେଷଆଡ଼କୁ ତାଙ୍କର ମେକ୍‌ଅପ୍‌ ସମ୍ପୂର୍ଣ୍ଣ ଭାରତୀୟ କନ୍ୟା ପରି ଦେଖିବାକୁ ମିଳିଛି।

ଏହି ଭିଡିଓକୁ ୬୪ ଲକ୍ଷ ଲୋକ ଦେଖିସାରିଥିବାବେଳେ ଅନେକ ଲୋକ ନିଜର ମତାମତ ଦେଇଛନ୍ତି। ଜଣେ ମହିଳା କହିଛନ୍ତି, ନାଇଜେରିଆ ମହିଳା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଅନେକ ଲୋକ ନେହାଙ୍କୁ ବି ପ୍ରଶଂସା କରିଥିଲେ। ଏପରିକି ତାଙ୍କୁ ସବୁଠୁ ଭଲ ମେକ୍‌ଅପ୍‌ ଆର୍ଟିଷ୍ଟ ବୋଲି କହିଛନ୍ତି।

Share