ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା ଦିଆଯାଇଛି।
ଇସଲାମାବାଦର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଶପଥ ପାଠ କରାଇଥିଲେ। ସୁପ୍ରିମକୋର୍ଟର ନୂତନ ନିଯୁକ୍ତ ବିଚାରପତି ତାଙ୍କ ପୂର୍ବ ଜଷ୍ଟିସ କାଜୀ ଫୈଜ ଇସା ଶୁକ୍ରବାର କାର୍ଯ୍ୟକାଳ ଶେଷ କରିବା ପରେ ଅବସର ଗ୍ରହଣ କରିବା ପରେ ଦାୟିତ୍ୱ ଗ୍ରହଣ କରିଥିଲେ।

ପାକିସ୍ତାନର ସମ୍ବିଧାନରେ ନିକଟରେ ଗ୍ରହଣ କରାଯାଇଥିବା ସଂଶୋଧନ ଅନୁଯାୟୀ ସୁପ୍ରିମକୋର୍ଟର ତିନିଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରେ ଆଫ୍ରିଦିଙ୍କୁ ଏକ ସ୍ବତନ୍ତ୍ର ସଂସଦୀୟ କମିଟି ଦ୍ୱାରା ମନୋନୀତ କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ଏନେଇ ରାଷ୍ଟ୍ରପତିଙ୍କୁ ଏକ ପତ୍ର ଲେଖିଥଇଲେ ଓ ସେ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି।
ପାକିସ୍ତାନ ସୁପ୍ରିମକୋର୍ଟର ୱେବସାଇଟ ଅନୁଯାୟୀ, ୨୦୧୮ରେ ସୁପ୍ରିମକୋର୍ଟରେ ଯୋଗ ଦେଇଥିବା ଆଫ୍ରିଦି ୨୬ଅକ୍ଟୋବର ୨୦୨୭ରେ ଅବସର ନେବା ପର୍ଯ୍ୟନ୍ତ ଏହି ପଦବୀରେ ରହିବେ।

Share