ନୂଆଦିଲ୍ଲୀ,୭।୯: ଏସିଆ କପ ୨୦୨୩ ପାଲେକେଲ୍ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା। ବର୍ଷା ଯୋଗୁ ଏହି ମ୍ୟାଚ ବାତିଲ ହୋଇଥିଲା। ଏହି ମ୍ୟାଚରେ ଖେଳାଳିଙ୍କ ମଧ୍ୟରେ ଏହି ପ୍ରକାର ବନ୍ଧୁତା ଦେଖି ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀର ଏକ ଦୃଢ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମ୍ୟାଚ ସମୟରେ କେବଳ ଖେଳକୁ ଧ୍ୟାନ ଦିଆଯିବା ଉଚିତ ଏବଂ ତୁମେ ତୁମର ବନ୍ଧୁତାକୁ ସେହି ସମୟ ପର୍ଯ୍ୟନ୍ତ ପଡ଼ିଆରୁ ଦୂରେଇ ରଖିବା ଉଚିତ୍।
ବର୍ତ୍ତମାନ ଗୌତମ ଗମ୍ଭୀରଙ୍କ ଏହି ବିବୃତ୍ତିରେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପ୍ରତିକ୍ରିୟା ଦେଇଛନ୍ତି। ଆଫ୍ରିଦି କହିଛନ୍ତି ଯେ, ମୁଁ ଏହି ବିଷୟରେ ଭିନ୍ନ ଭାବୁଛି। ଆମେ ଦୁହେଁ କ୍ରିକେଟର।ଆମ ସମସ୍ତଙ୍କର ସମଗ୍ର ବିଶ୍ୱରେ ବହୁତ ପ୍ରଶଂସକ ଅଛନ୍ତି ଏବଂ ସେଥିପାଇଁ ଆମେ ପ୍ରେମ ଏବଂ ସମ୍ମାନର ବାର୍ତ୍ତା ଦେବା ଉଚିତ୍। ହଁ ଆମେ ପଡ଼ିଆରେ ଆକ୍ରମଣାତ୍ମକ ହେବା ଉଚିତ୍ କିନ୍ତୁ ଏହା ବାହାରେ ଆମର ଜୀବନ ମଧ୍ୟ ଅଛି।