ନୂଆଦିଲ୍ଲୀ,୩।୧୨: ପାକିସ୍ତାନର ପୂର୍ବ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଲଙ୍କା ପ୍ରିମିୟର ଲିଗ୍(ଏଲ୍ପିଏଲ୍)କୁ ଅଧାରୁ ଛାଡ଼ି ଦେଶକୁ ଫେରିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏପରି କରୁଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି। ତେବେ ଶାହିଦଙ୍କ ଝିଅ ଅସୁସ୍ଥ ଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଥିପାଇଁ ଶାହିଦ ମ୍ୟାଚ୍ ଅଧାରୁ ଚାଲିଆସିଥିବା ଜଣାପଡ଼ିଛି।
ଆଫ୍ରିଦି ଏଲ୍ପିଏଲ୍ରେ ଗାଲେ ଗ୍ଲେଡିଏଟ୍ସ ଟିମ୍ର ସଦସ୍ୟ ଅଛନ୍ତି। ନଭେମ୍ବର ୨୪ରେ ସେ ଶ୍ରୀଲଙ୍କାରେ ପହଞ୍ଚିଥିଲେ। ହେଲେ ନଭେମ୍ବର ୨୭ରେ ସେ ପଡ଼ିଆକୁ ଓହ୍ଲାଇଥିଲେ। ପରିସ୍ଥିତି ସୁଧୁରିବା ପରେ ସେ ପୁନଃ ଫେରିପାରନ୍ତି ବୋଲି କହିଛନ୍ତି। ହେଲେ ଆଫ୍ରିଦି ଫେରୁଥିବା ଯୋଗୁ ତାଙ୍କ ଟିମ୍ ଏବେ ଅଧିନାୟକ ବିନା ପଡ଼ିଆକୁ ଓହ୍ଲାଇବ। ପୂର୍ବରୁ ଦଳ ଖରାପ ପ୍ରଦର୍ଶନ କରୁଥିବାରୁ ଏହା ଅଧିକ ବିଗିଡ଼ିପାରେ। ଉପ ଅଧିନାୟକ ଭାନୁକା ରାଜପକ୍ଷେ ଦଳର ନେତୃତ୍ୱ ନେଇପାରନ୍ତି। ଟୁର୍ନାମେଣ୍ଟର ଫାଇନାଲ ଡିସେମ୍ବର ୧୬ରେ ଖେଳିଯିବ।