Categories: ଖେଳ

ଟି୨୦ ବିଶ୍ୱକପ୍‌ରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଆଫ୍ରିଦୀ

ଦୁବାଇ, ୨୫ା୫ : ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ଆସନ୍ତା ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ତାଙ୍କୁ ଟୁର୍ନାମେଣ୍ଟର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ମନୋନୀତ କରାଯାଇଛି। ୨୦୦୯ରେ ପାକିସ୍ତାନର ଟି୨୦ ବିଶ୍ୱକପ ସଫଳତା ପଛରେ ଆଫ୍ରିଦୀଙ୍କର ବିଶେଷ ଅବଦାନ ରହିଥିଲା। ଟି୨୦ ବିଶ୍ୱକପ ଆମେରିକାରେ ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଛି। ପୂର୍ବରୁ ଆଗାମୀ ଟୁର୍ନାମେଣ୍ଟର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଯୁବରାଜ ସିଂ, ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ୍‌ ଏବଂ ସ୍ପ୍ରିଣ୍ଟ କିମ୍ବଦନ୍ତୀ ଉସେନ ବୋଲ୍ଟ ମନୋନୀତ ହୋଇସାରିଛନ୍ତିି। ଆଫ୍ରିଦୀ ବର୍ତ୍ତମାନ ଏହି ଗ୍ରୁପ୍‌ରେ ଯୋଗ ଦେଇଛନ୍ତି।

Share