ସମିତା ମୋ’ ପାଦ ତଳ ଚପଲ

ବମ୍ବେ: ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଆସୁଛି ବିଗ୍‌ବସ୍‌-୧୫। ଶୋ’ରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଏବେ ନୂଆ ବିବାଦ ଦେଖାଦେଇଛି। ସେଥିରୁ ଗୋଟିଏ ହେଲା ଅଫସାନା ଖାନ ଏବଂ ସମିତା ସେଟ୍ଟୀଙ୍କ ମଧ୍ୟରେ ଝଗଡ଼ା। ବିଗତ ଦିନରେ ଉଭୟଙ୍କ ମଧ୍ୟରେ କଥା କଟାକଟି ବଢ଼ିବା କାରଣରୁ ଅଫସାନାଙ୍କୁ ଶୋ’ରୁ ବାହାର କରିଦିଆଯାଇଥିଲା। ଏବେ ଶୋ’ରୁ ବାହାରିବା ପରେ ଅଫ୍‌ସାନା ନିର୍ମାତା ସହ ସମିତାଙ୍କ ବିରୋଧରେ ଅନେକ କଥା କହିଛନ୍ତି। ଯଦି ଚ୍ୟାନେଲ ସହ ପ୍ରତିଯୋଗୀଙ୍କ ସମ୍ପର୍କ ଥାଏ ତେବେ ତା’ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏପରିକି ସମିତା ତାଙ୍କ ପାଦ ତଳ ଚପଲକୁ ସରି ନୁହନ୍ତି ବୋଲି ସେ କହିଛନ୍ତି। ଏବେ ଅଫସାନାଙ୍କ ସାକ୍ଷାତକାରର ଭିଡିଓ ବେଶ ଭାଇରାଲ ହେଉଛି।

Share