ନୂଆଦିଲ୍ଲୀ,୧୬।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଫ୍ତାବ ପୁନାଓ୍ବାଲା ବର୍ତ୍ତମାନ ତିହାର ଜେଲରୁ ବାହାରକୁ ଆସିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଏକ ନୂତନ ପଇଁତରା ଆପଣାଇଛନ୍ତି। ଏହି ମାମଲାରେ ହତ୍ୟାକାରୀ ଆଫତାବ ପୁନାୱାଲା ଦିଲ୍ଲୀର ସାକେତ କୋର୍ଟରେ ଜାମିନ ଆବେଦନ କରିଥିବା ଜଣାପଡ଼ିଛି। ଶନିବାର କୋର୍ଟରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। କୋର୍ଟଙ୍କ ରାୟ ପରେ ସେ ବାହାରକୁ ଆସିବେ ନା ଜେଲରେ ରହିବେ ତାହା ସ୍ଥିର ହେବ। ସୂଚନାଯୋଗ୍ୟ, ପୋଲିସର ପଚରାଉଚରା ପରେ ଅଭିଯୁକ୍ତ ଆଫ୍ତାବ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।