Categories: ଜାତୀୟ

ଖଣ୍ଡ ଖଣ୍ଡ କରିବାକୁ ଧମକ ଦେଉଥିଲେ ଆଫତାବ

ମୁମ୍ବାଇ, ୨୪।୧୧: ଦିନ ବିତିବା ସହ ଦିଲ୍ଲୀର ଶ୍ରଦ୍ଧା ଓ୍ବାଲକର ହତ୍ୟାକାଣ୍ଡର ଗୁମର ଧୀର ଧୀରେ ଫିଟିବାରେ ଲାଗିଛି। ଦିଲ୍ଲୀ ପୋଲିସ ପକ୍ଷରୁ ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଯାଞ୍ଚ କାର୍ଯ୍ୟ ଚାଲିଛି। ଦୁଇବର୍ଷ ପୂର୍ବେ ୨୦୨୦ ନଭେମ୍ବର ୨୩ରେ ଆଫତାବ ପୁନାଓ୍ବାଲାଙ୍କ ବିରୋଧରେ ଶ୍ରଦ୍ଧା ମୁମ୍ବାଇ ପାଲଘର ତୁଲିଞ୍ଜ ପୋଲିସ ଷ୍ଟେଶନ୍‌ରେ ଅଭିଯୋଗ କରିଥିଲେ।

ଶ୍ରଦ୍ଧାଙ୍କୁ ମାରି ଆଫତାବ ତାଙ୍କ ମୃତଦେହକୁ ଖଣ୍ଡ-ଖଣ୍ଡ କରି ଫୋପାଡ଼ି ଦେବାର ଧମକ ହେଉଥିବା ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରିଥିଲେ। ଆଫତାବ ପ୍ରତିଦିନ ଶ୍ରଦ୍ଧାଙ୍କୁ ମାଡ଼ ମାରୁଥିବାବେଳେ ଥାନାରେ ଅଭିଯୋଗ ପାଇଁ ଶ୍ରଦ୍ଧାଙ୍କ ସାହସ ହେଉ ନ ଥିବା ସେ ନିଜ ଅଭିଯୋଗ ପତ୍ରରେ ଲେଖିଥିଲେ। ଆଫତାବଙ୍କ ପରିବାର ଏ ବିଷୟରେ ଅବଗତ ଥିଲେ। ଅସୁସ୍ଥତା କାରଣରୁ ବୁଧବାର ଆଫତାବଙ୍କ ପଲିଗ୍ରାଫ୍‌ ଟେଷ୍ଟ ହୋଇପାରି ନାହିଁ। ରିମାଣ୍ଡ ଅବଧି ସରିଆସୁଥିବାବେଳେ ଗୁରୁବାର ପଲିଗ୍ରାଫ୍‌ ଟେଷ୍ଟ କରାଯିବ ବୋଲି ଦିଲ୍ଲୀ ପୋଲିସ କହିଛି।

Share