୧୦ ବର୍ଷ ପରେ ପ୍ରକୃତି ଦୋହରାଇଲା ସମାନ ଘଟଣା: ଜଳ ପ୍ରଳୟ ମଧ୍ୟରେ ମହାଦେବ ସୁରକ୍ଷିତ…

ଡେରାଡୁନ,୧୧।୭ : ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ହେଉଛି। ୧୦ ବର୍ଷ ପୂର୍ବେ ୨୦୧୩ ଜୁନ ୧୫-୧୭ରେ କେଦାରନାଥରେ ହୋଇଥିବା ଘଟଣା ସହିତ ଏହା ସମାନ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରବାହିତ ନଦୀ ସବୁ ବୋହି ନେଇଯାଉଛି। କିନ୍ତୁ ଏହି ବନ୍ୟା ପରିସ୍ଥିତି ମଧ୍ୟରେ ମଧ୍ୟରେ ୨୦୨୩ରେ ହିମାଚଳ ପ୍ରଦେଶର ମଣ୍ଡିରେ ଥିବା ୩୦୦ ବର୍ଷ ପୁରୁଣା ପଞ୍ଚବକ୍ତ୍ର ଶିବ ମନ୍ଦିର ସୁରକ୍ଷିତ ଭାବେ ଛିଡା ହୋଇଛି।

ଏହି ମନ୍ଦିରର ଭିଡ଼ିଓ ଲୋକମାନଙ୍କୁ ୨୦୧୩ର କେଦାରନାଥ ବିପର୍ଯ୍ୟୟ ବିଷୟରେ ମନେ ପକାଇ ଦେଇଛି । ପ୍ରକୃତି ୧୦ ବର୍ଷ ପରେ ପୁଣି ସମାନ ଘଟଣା ଦୋହରାଇଛି। କେଦାର ନାଥ ଭଳି ମଣ୍ଡିରେ ମଧ୍ୟ ମହାଦେବ ଚମତ୍କାର କରିଛନ୍ତି। ତାଙ୍କ ମନ୍ଦିର ସୁରକ୍ଷିତ ରହିଛି। ଯେତେବେଳେ ଏଭଳି ବନ୍ୟା ପରିସ୍ଥିତି ମଧ୍ୟରେ ମଧ୍ୟ ୨୦୧୩ରେ ମନ୍ଦିର ସୁରକ୍ଷିତ ରହିଥିଲା।

୨୦୧୩ରେ କେଦାରନାଥରେ ଆସିଥିବା ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ସମୟରେ ଅଦୃଶ୍ୟ ଶକ୍ତି ଏବଂ ସ୍ଥିରତାର ପ୍ରତୀକ ଭାବେ କେଦାରନାଥ ମନ୍ଦିର ସୁରକ୍ଷିତ ହୋଇ ଛିଡ଼ାହୋଇଥିଲା। ଏବେ ୧୦ ବର୍ଷ ପରେ ୨୦୨୩େରେ ମଣ୍ଡିର ପଞ୍ଚବକ୍ତ୍ର ଶିବ ମନ୍ଦିର ମଧ୍ୟ ସମାନ ଧାରାରେ ସୁରକ୍ଷିତ ରହିଛି।

Share