୧୦ ବର୍ଷ ପରେ ବଦଳିଲେ ଚାଇନା ପ୍ରଧାନମନ୍ତ୍ରୀ, ଲି କିଆଙ୍ଗଙ୍କ ହାତରେ ଡୋର…

ବେଜିଂ,୧୧।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଶନିବାର ଚାଇନା ସଂସଦର ବାର୍ଷିକ ବୈଠକରେ ଲି କିଆଙ୍ଗଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି। କିଆଙ୍ଗ ଗତ ଦଶ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ଲି କେକିଆଙ୍ଗଙ୍କ ସ୍ଥାନ ନେବେ। ଗତ ବର୍ଷ ଜିନପିଙ୍ଗଙ୍କ କେକିଆଙ୍ଗଠାରୁ ଦୂରେଇବା ଆରମ୍ଭ କରିଥିଲେ, ଯେତେବେଳେ ଶାଙ୍ଘାଇରେ ଜିରୋ କୋଭିଡ ନୀତି ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା।

ଜିନପିଙ୍ଗଙ୍କ ନୂଆ ଆଇନ ଅନୁସାରେ ୧୦ ବର୍ଷ ପରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ବଦଳ କରାଯାଇଛି। ଲି କିଆଙ୍ଗ ୨୦୦୪ରୁ ୨୦୦୭ମଧ୍ୟରେ ଜିନପିଙ୍ଗଙ୍କର କର୍ମଚାରୀଙ୍କ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ସେତେବେଳେ ଜିନପିଙ୍ଗ ପୂର୍ବ ଚାଇନା ଝେଜିଆଙ୍ଗ ପ୍ରଦେଶର ପ୍ରାଦେଶିକ ଦଳ ସଚିବ ଥିଲେ। ଅକ୍ଟୋବରରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ ସମୟରେ ପଲିଟବୁରୋ ଷ୍ଟାଣ୍ଡିଂ କମିଟିରେ କିଆଙ୍ଗଙ୍କୁ ଦୁଇ ନମ୍ବର ଭାବରେ ନିଯୁକ୍ତ କରାଯାଇଥିଲା।

Share