୧୦୨ ଦିନ ପରେ ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ,୨୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ୧୦୨ ଦିନ ପରେ ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ହ୍ରାସ ପାଇ ୩୭ ହଜାର ୫୬୬ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୯୦୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୫୬ ହଜାର ୯୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୬. ୮୭ ପ୍ରତିଶତ ରହିଛି। ଅପରପକ୍ଷରେ ୫ ଲକ୍ଷ ୫୨ ହଜାର ୬୫୯ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୩୨ କୋଟି ୯୦ ଲକ୍ଷ ୨୯ ହଜାର ୫୧୦ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୦ କୋଟି ୮୧ ଲକ୍ଷ ୩୯ ହଜାର ୨୮୭ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୩ ଲକ୍ଷ ୯୭ ହଜାର ୬୩୭ ଛୁଇଁଛି।

Share