୧୧ ଦିନ ପରେ ବର୍ଷା, ଚାଷୀ ସାମାନ୍ୟ ଆଶ୍ୱସ୍ତ

ଉମରକୋଟ,୧୮।୮(ସନ୍ତୋଷ ଶତପଥୀ) : ଶ୍ରାବଣ ମାସରେ ପ୍ରବଳ ବର୍ଷା ହେବା କଥା। କିନ୍ତୁ ଚଳିତ ବର୍ଷ ବର୍ଷା ଉଭାନ ପ୍ରାୟ। ଦୀର୍ଘ ୧୧ ଦିନ ପରେ ନବରଙ୍ଗପୁର ଜିଲା ଉମରକୋଟରେ ଗୁରୁବାର ବର୍ଷା ହୋଇଛି। ବର୍ଷା ନ ଥିବାରୁ ଧାନଜମିଗୁଡ଼ିକ ଫାଟି ଆଁ କରିଥିଲା। ରୁଆ ସରିଥିବା ୪୦ ଭାଗର ଊଦ୍ଧର୍‌ବ ଜମିରେ ପାଣି ଅଭାବରୁ ତଳିଗୁଡ଼ିକ ହଳଦିଆ ପଡ଼ିବାକୁ ବସିଥିଲା। ଏପରି କି ୨୦ ଭାଗ ଜମିରେ ପାଣି ନ ଥିବାରୁ କାଦୁଅ ହୋଇପାରୁନି। ଫଳରେ ରୁଆ କାର୍ଯ୍ୟ ମଧ୍ୟ ସରି ନ ଥିଲା। ଏପରି ସ୍ଥିତିରେ ଗୁରୁବାର ହୋଇଥିବା ବର୍ଷା ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।
୧୧ ଦିନ ହେଲା ଉମରକୋଟରେ ବର୍ଷା ନ ଥିଲା। ଅଗଷ୍ଟ ୨ରେ ୧୯.୨ ମି.ମି. ବର୍ଷା ହେଇଥିବା ବେଳେ ୩ରେ ସର୍ବାଧିକ ୨୦.୨ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ୪ରେ ୪.୮ ଓ ୫ରେ ୫.୧ ମି.ମି. ବର୍ଷା ଉମରକୋଟରେ ହେଇଥିବା ରେକର୍ଡ଼ କରାଯାଇଛି। ୬ ରୁ ୧୬ ତାରିଖ ପର୍ଯ୍ୟନ୍ତ ଉମରକୋଟରେ ବର୍ଷା ହୋଇନାହିଁ। କେତେଜଣ ଚାଷୀ ଜମି ଠିକ୍‌ ସେ କାଦୁଅ ନ କରି ମଧ୍ୟ ତଳି ରୋପଣ କରିଥିବା ଦେଖିବାକୁ ମିଳିଛି। ବର୍ଷା ଅଭାବରୁ ଜମି ଫାଟି ଆଁ କରିଥିଲା। ମଧ୍ୟମ କିସମ ଜମି ଓ ତଳିଆ ଜମିରେ ସାମାନ୍ୟ ଆଦର୍‌ରତା ଥିବାରୁ ଧାନ ଗଛ ସାମାନ୍ୟ ଠିକ୍‌ ଅଛି। କିନ୍ତୁ ଉଚ୍ଚ ଜମିରେ ଲାଗିଥିବା ଧାନଚାଷ ଅବସ୍ଥା ଅତ୍ୟନ୍ତ ଦୟନୀୟ। ଉମରକୋଟରେ ୩୦ ପ୍ରତିଶତ ବର୍ଷା କମ୍‌ ହୋଇଛି ବୋଲି ସହକାରୀ କୃଷୀ ଅଧିକାରୀ ନୀଳକଣ୍ଠ ପରିଡ଼ା କହିଛନ୍ତି।
ସମାନ ଅବସ୍ଥା ମକା ଫସଲରେ ମଧ୍ୟ ଦେଖିବାକୁ ମିଳିଛି। ପାଣି ଅଭାବରୁ ମକା ଗଛ ବଢ଼ିପାରିନାହିଁ। କିଛି ସ୍ଥାନରେ ମକା ଗଛ ହଳଦିଆ ହେବାକୁ ବସିଲାଣି। ସବୁଠାର ଚାଷୀକୁ ବିପଦ ମୁଖକୁ ଠେଲି ଦଲା ଭାସ୍କେଲ ଜଳସେଚନ ବିଭାଗ। ନିର୍ମାଣ ନାମରେ ଡ୍ୟାମ୍‌ର ପାଣିକୁ ତେଲ ନଦୀରେ ଛାଡ଼ିଦେଲେ। ବର୍ତ୍ତମାନ ଡ୍ୟାମ୍‌ରେ କମ୍‌ ପାଣି। ଉକ୍ତ ପାଣି କେବଳ ଉମରକୋଟ ସହର ଓ କିଛି ଆଖ ପାଖ ଅଞ୍ଚଳରେ ଥିବା ଜଳସେଚିତ ଜମିକୁ ପହଞ୍ଚତ୍ ପାରିଛି। ୫୦ପ୍ରତିଶତ ଜଳସେଚିତ ଜମିକୁ ଡ୍ୟାମ ପାଣି ପହଞ୍ଚତ୍ ପାରୁ ନ ଥିବା ଅଞ୍ଚଳର ବିଶିଷ୍ଟ ଚାଷୀ ତଥା ପୂର୍ବତନ ପାଣି ପଞ୍ଚାୟତର ସଭାପତି ସନ୍ତୋଷ ସୂତ୍ରଧର କହିଛନ୍ତି। ବ୍ୟାଙ୍କ ଓ ବ୍ୟବସାୟୀଙ୍କଠାରୁ ବିହନ ଓ ସାର ଉଧାରରେ ଆଣି ଚାଷ କାର୍ଯ୍ୟ କରିଥିବା ଚାଷୀ ବର୍ତ୍ତମାନ ଏହାକୁ କିପରି ସୁଝିବେ ଚିନ୍ତାରେ ଥିଲେ। ବର୍ଷା ଦେଖି ସେମାନେ ଖୁସି। ଏହି ସମୟରେ ରୁଆ ଆଦି କାମ କରାଯିବ ବୋଲି ସେମାନେ କହିଛନ୍ତି। ପ୍ରତିଦିନ ପ୍ରତି ଗ୍ରାମକୁ ଯାଇ ଚାଷର ସ୍ଥିତି ଅନୁଧ୍ୟାନ କରାଯାଉଛି ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇ ଜିଲା ପ୍ରଶାସନକୁ ଅବଗତ କରାଯାଉଛି ବୋଲି ବ୍ଲକ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ସୂଚନା ଦେଇଛନ୍ତି।