ମାନବ ଶରୀର ଅନେକ ପ୍ରକାରର ହରମୋନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ହରମୋନ୍ରେ ପରିବର୍ତ୍ତନ ହେଲେ ମଣିଷ ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ। ବ୍ରିଟିସରେ ରହୁଥିବା ୧୧ ବର୍ଷର ବାଳକ ରିସ୍ କ୍ଷେତ୍ରରେ ଏମିତି କିଛି ଘଟିଛି। ୧୧ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା। ମାତ୍ର ୧୧ ବର୍ଷ ପରେ ରିସ୍ ହଠାତ୍ ପୁଅରୁ ଝିଅ ହେବାକୁ ଲାଗିଲେ। ଅର୍ଥାତ୍ ତାଙ୍କ ବ୍ରେଷ୍ଟ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ଫଳରେ ଲାଜରେ ରିସ୍ ଆଉ ଘରୁ ବାହାରକୁ ବାହାରୁ ନାହାନ୍ତି। ଏ ନେଇ ତାଙ୍କ ମା’ ସୋଫି ଟୋନସେଣ୍ଡ ସୋସିଆଲ ମିଡିଆରେ ପୁଅର ଫଟୋ ଶେୟାର କରିବା ସହ ଚିକିତ୍ସା ପାଇଁ ଆର୍ଥୀକ ସହାୟତା ମାଗିଛନ୍ତି।
ସୋଫିଙ୍କ କହିବାନୁଯାୟୀ, ସବୁକିଛି ଠିକ୍ଠାକ୍ ଥିଲା। ମାତ୍ର ୩ ବର୍ଷ ପୂର୍ବେ ପୁଅର ବ୍ରେଷ୍ଟ ବଢ଼ିବାକୁ ଲାଗିଲା। ଫଳରେ ସେ ଡାକ୍ତରଙ୍କୁ ଦେଖାକଲେ। ସେହି ସମୟରେ ଅପରେଶନ ନ କରିବା ପାଇଁ ଡାକ୍ତର ପରାମର୍ଶ ହେଲେ। ରିସର ବ୍ରେଷ୍ଟ ସାଇଜ୍ ବଢ଼ିବାକୁ ଲାଗିଲା। ୩ ବର୍ଷ ପରେ ପୁଣି ଯେତେବେଳେ ସୋଫି ପୁଅକୁ ନେଇ ଡାକ୍ତରଙ୍କ ପାଖକୁ ଗଲେ ସେତେବେଳେ ପୁଅ ଜିନେକୋମାଷ୍ଟିଆରେ ପୀଡିତ ଥିବା କହିଥିଲେ। ଏହା ଦ୍ୱାରା ପିଅମାନଙ୍କର ସ୍ତନ ଟିସୁ ଫିଲାଯାଇଥାଏ। ମାତ୍ର ଏଥିରେ ଜୀବନପ୍ରତି କୌଣସି ବିପଦ ନ ଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ହେଲେ ମୁଷ୍ଟେକ୍ଟୋମି ବା ସ୍ତନ ଉଚ୍ଛେଦନ କରିବାକୁ ପଡ଼ିବ। ଏଥିପାଇଁ ୫ ଲକ୍ଷ ଟଙ୍କା ଦରକାର। ଫଳରେ ସୋଫି ସୋସିଆଲ ମିଡିଆ ମାଧ୍ୟମରେ ଆର୍ଥୀକ ସହାୟତା ମାଗିଛନ୍ତି।