୧୧ ବର୍ଷ ପରେ ମା’ ପିତାମ୍ବରୀଙ୍କ ଯାତ୍ରା, ବିରାଟ ପଟୁଆରରେ ଗାଁ ପରିକ୍ରମା

ଦିଗପହଣ୍ଡି,୨୦ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟପଦ୍ମନାଭପୁର ଲାଡ଼ି ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ପିତାମ୍ବରୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ନିମନ୍ତେ ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଦୀର୍ଘ ୧୧ ବର୍ଷ ପରେ ଯାତ୍ରା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ମା’ଙ୍କ ମନ୍ଦିର ପରିସରରେ ଗ୍ରାମବାସୀ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ପରେ ଶୁଭଖୁଣ୍ଟିକୁ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇ ଯାତ୍ରା ସ୍ଥଳକୁ ଅଣାଯାଇଥିଲା। ଗ୍ରାମର କୁରେଶୁ ଚନ୍ଦ୍ର ଦାସ, ଆର୍ତ୍ତତ୍ରାଣ ମିଶ୍ର, ରବୀନ୍ଦ୍ର ହୋତା, ସୁଶୀଳ କୁମାର ଦାସ, ଚିନ୍ତାମଣି ଆଚାର୍ଯ୍ୟ ପ୍ରମୁଖଙ୍କ ନେତୃତ୍ୱରେ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗ୍ରାମରେ ଠାକୁରାଣୀ ଯାତ୍ରା ନିମନ୍ତେ ଯୁବଗୋଷ୍ଠୀ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ସେହିପରି ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଗ୍ରାମର ଶେଷ ମୁଣ୍ଡରେ ଥିବା ଠାକୁରାଣୀ ମନ୍ଦିରରେ ପୂଜକ ଇ.ଟୁନାଙ୍କ ଉପସ୍ଥିତିରେ ବହୁ ସଂଖ୍ୟକ ମହିଳା ପୁରୁଷ ପୂଜାର୍ଚ୍ଚନା କରିଥିଲେ। ପରେ ସେଠାରୁ ଆଜ୍ଞାମାଳ ନେଇ ବାଦ୍ୟ ବାଜଣା ସହକାରେ ଗ୍ରାମ ପରିକ୍ରମା କରାଯିବା ପରେ ଗାଁ ମଧ୍ୟ ଭାଗରେ ଥିବା ଅସ୍ଥାୟୀ ଯାତ୍ରାପୀଠ ରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଯାତ୍ରା କମିଟି ଉପଦେଷ୍ଟା ଅସନ୍ତୁଲୁ ରେଡ୍ଡୀ, ସଭାପତି ପି. ଉଦୟ ରେଡ୍ଡୀ, ଉପସଭାପତି ଏରେୟା ରେଡ୍ଡୀ ଏବଂ କିଶୋର ଦୋରା, ସମ୍ପାଦକ ବିଜୟ ରେଡ୍ଡୀ ଏବଂ ସନାତନ ଦୋରା, କୋଷାଧ୍ୟକ୍ଷ ସୁଦର୍ଶନ ଦୋରା ଏବଂ ରଞ୍ଜନ ରେଡ୍ଡୀଙ୍କ ସହ ୨୬ ଗ୍ରାମ୍ୟ କମିଟି ସଦସ୍ୟଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଆସନ୍ତା ଏପ୍ରିଲ ୨୩ରେ ମା’ଙ୍କୁ ବିରାଟ ପଟୁଆରରେ ଅଣାଯାଇ ଅସ୍ଥାୟୀ ଯାତ୍ରା ମଣ୍ଡପ ରେ ବିଜେ କରାଯିବ। ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ୨୮ ତାରିଖରେ ଉଦଯାପିତ ହେବା କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ଯାତ୍ରା ପୀଠରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ନିମନ୍ତେ ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି॥


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ଅତାବିରା,୨୨।୩(ହୃଷୀକେଶ ଖମାରୀ):: ବରଗଡ଼ର ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଜଣେ ବିବାହିତା ମହିଳାଙ୍କୁ ହ୍ଯଯା କରାଯାଇଥିବା...

ମାରାଗୁଡ଼ା ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି

ନୂଆପଡ଼ା,୨୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ପରମ୍ପରା,ଐତିହ୍ୟ, କଳା, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଜିଲାସ୍ତରୀୟ ମାରାଗୁଡା ଲୋକ ମହୋତ୍ସବ ଏପ୍ରିଲ ପ୍ରଥମ ସପ୍ତାହରେ ମିନି...

କର୍ଲାମୁଣ୍ଡା ବ୍ଲକ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର

କର୍ଲାମୁଣ୍ଡା:୨୨।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରେ କର୍ଲାମୁଣ୍ଡା ବ୍ଲକ ଟ୍ରାକ୍ଟର ମାଲିକ ସଂଘର ସଭାପତି ନବୀନ କିଶୋର ସାହୁଙ୍କ ନେତୃତ୍ୱରେ ଏକ...

ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ କରିଥିଲେ ହତ୍ୟା: କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ 

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ଥାନା ଅନ୍ତର୍ଗତ ଆଖୁପଦର ଗ୍ରାମର ଗୀତାଞ୍ଜଳୀ ମୁଳିଙ୍କୁ ତାଙ୍କ ସ୍ବାମୀ ରାଜୁ ମୁଳିି ୨୦୨୩ ମସିହା ମେ ମାସ...

ଗଞ୍ଜାମରେ ଅଦିନିଆ ବର୍ଷା: ଖଣ୍ଡଦେଉଳୀ ପଞ୍ଚୁଦୋଳ ଯାତ୍ରା ପ୍ରଭାବିତ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ): ତିନିଦିନ ଧରି ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଥିଲା ତାହା ସତ ହୋଇଛି। ଶନିବାର ପୂର୍ବାହ୍ନରୁ ଗଞ୍ଜାମ...

ସରପଞ୍ଚଙ୍କ ଜାଲ ଦସ୍ତଖତ କରି ସରକାରୀ ଅନୁଦାନ ୩କୋଟି ୨୬ ଲକ୍ଷ ଲଗାଇଥିଲେ ବେଟିଂରେ , ଏବେ ପିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ 

ଭବାନୀପାଟଣା,୨୨।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ତଲନାଗି ଓ ପୋଡାପଦର ପଞ୍ଚାୟତର ସରକାରୀ ଅନୁଦାନର ୩ କୋଟି ୨୬ ଲକ୍ଷ ଟଙ୍କା...

କାଳ ବୈଶାଖୀ ତାଣ୍ଡବ: ଉଡିଗଲା ଛପର: ଗଛ ଡ଼ାଳ ପଡ଼ି ଜଣେ ଗୁରୁତର ନଷ୍ଟ ହେଲା…

ପାଟଣା,୨୨।୩(ବୀର କିଶୋର ଦାଶ): କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ରାତିରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ବ୍ଲକର ଡେଣୁଆ ଓ...

କ୍ଷତିପୂରଣ ଦାବିରେ ରାସ୍ତାକାମ ବନ୍ଦ କଲା ପରିବାର, ଫେରିଗଲେ ପ୍ରଶାସନିକ ଅଧିକାରୀ

କୋକସରା,୨୨ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବୋବରିଆ ଛକରୁ ଡେଙ୍ଗାଗୁଡା ମହିମା ପର୍ଯ୍ୟନ୍ତ ୬.୧୭୦ କିମି ରାସ୍ତା ପାଇଁ ଧର୍ମଗଡ଼ ଗ୍ରାମ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image