୧୨୦ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିର ଗର୍ଭଗୃହ

କୋଣାର୍କ, ୫ା୧(ଡି.ଏନ୍‌.ଏ):୧୩ ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହ ଦୀର୍ଘ ୧୨୦ ବର୍ଷ ପରେ ପୁଣି ଖୋଲାଯିବ। ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଗର୍ଭଗୃହରୁ ବାଲି କଢ଼ାଯିବା ଦ୍ୱାରା ଜଗମୋହନ ସୁରକ୍ଷା ସହ ମନ୍ଦିର ମୁଖଶାଳା ଦେଇ ପ୍ରଥମ ସୂର୍ଯ୍ୟୋଦୟର କିରଣ ପଡ଼ୁଥିବା ପଥରକୁ ପର୍ଯ୍ୟଟକମାନେ ଦେଖିପାରିବେ। ଏ ନେଇ ପ୍ରକ୍ରିୟା ଆରମ୍ଭ ପରେ ଏଏସ୍‌ଆଇ ଏବଂ ବିଡିଆର୍‌ କନଷ୍ଟ୍ରକ୍‌ଶନ ଲିମିଟେଡ୍‌ କମ୍ପାନୀର ନିର୍ମାଣ ବିଭାଗ ପକ୍ଷରୁ ଲିଫ୍ଟ ପାଇଁ ପ୍ଲାଟଫର୍ମ ମୂଳଦୁଆ ଓ ଉତ୍ତର-ପଶ୍ଚିମ କୋଣରେ ରାସ୍ତା ନିର୍ମାଣ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଚାଲିଛି। ବୁଧବାର ଗୋଟିଏ ବଡ଼ ଲୁହାବିମ୍‌କୁ ମନ୍ଦିରର ଉତ୍ତର କୋଣରେ ଲଗାଯାଇଛି। ଆହୁରି ତିନୋଟି ଏହିଭଳି ପ୍ଲାଟଫର୍ମ ବିମ୍‌ ଲଗାଯିବ। ପରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହି ସ୍ବତନ୍ତ୍ର ଲିଫ୍ଟ ମାଧ୍ୟମରେ ଗର୍ଭଗୃହରେ ଥିବା ବାଲିକୁ ପର୍ଯ୍ୟାୟ କ୍ରମେ ମନ୍ଦିର ପାଦଦେଶକୁ
ସୁରକ୍ଷିତ ଉପାୟରେ ବାହାର କରାଯିବ। ପାଦଦେଶରୁ ପାଇପ ଯୋଗେ ବାଲିକୁ ସ୍ବତନ୍ତ୍ର ରାସ୍ତା ଦେଇ ବାହାର କରାଯାଇ ଉତ୍ତର-ପଶ୍ଚିମ କୋଣରେ ସୁରକ୍ଷିତ ଭାବେ ରଖାଯିବ।
ସୂଚନା ଥାଉକି, ଇଂରେଜମାନେ ୧୯୦୩ରୁ ୧୯୦୯ ମସିହା ମଧ୍ୟରେ ସୂର୍ଯ୍ୟମନ୍ଦିର ଗର୍ଭଗୃହରେ ସମ୍ପୂର୍ଣ୍ଣ ବାଲି ପୂରଣ କରି ଏହାର ପ୍ରବେଶ ପଥଗୁଡିକୁ ସିଲିଂ କରିଦେଇଥିଲେ।
ତେବେ କୋଣାର୍କ ସୁରକ୍ଷା ସମିତିର ପୂର୍ବତନ ସଭାପତି ସ୍ବର୍ଗତ ବାଦଲ ଦାଶଙ୍କ ଦ୍ୱାରା ଗର୍ଭଗୃହରୁ ବାଲି କାଢି ସର୍ବସାଧାରଣଙ୍କ ପାଇଁ ପ୍ରବେଶ ପଥ ଖୋଲିବାକୁ ଦାବି ନେଇ ଆନ୍ଦୋଳନ ଏବଂ କଟକର ଜଣେ ବରିଷ୍ଠ ଆଇନଜୀବୀଙ୍କ ଦ୍ୱାରା ଏନେଇ ଜନସ୍ବାର୍ଥ ମାମଲା (ପିଏଲ୍‌ଆଇ) ରୁଜୁ ପରେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ାଗଲେ କୌଣସି ବିପଦ ନ ଥିବା ସେ ମତ ଦେଇଥିଲେ। ସେହିପରି ଗତ ଦୁଇବର୍ଷ ହେବ ବିଭିନ୍ନ ବିଭାଗର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଇଞ୍ଜିନିୟରମାନଙ୍କୁ ନେଇ ସର୍ଭେ କରାଯାଇ ସମସ୍ତ ତଥ୍ୟ ସଂଗ୍ରହ କରାଯିବା ପରେ ଏଏସ୍‌ଆଇ ପକ୍ଷରୁ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଗତ ସେପ୍ଟେମ୍ବରରେ ସୂର୍ଯ୍ୟମନ୍ଦିିରର ଉତ୍ତର ଦିଗ ପଟ ଗର୍ଭଗୃହ ଦ୍ୱାର ନିକଟରେ ବାସ୍ତୁ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରାଯାଇଥିଲା। ପ୍ରଥମେ ସୂର୍ଯ୍ୟମନ୍ଦିର ଜଗମୋହନ ମନ୍ଦିରର ଉପରିଭାଗ ପଶ୍ଚିମ ଦିଗରେ ୫ଫୁଟ ୬ଇଞ୍ଚର ଏକ ସ୍ବତନ୍ତ୍ର ଟନେଲ ପଥର କଟାଯିବ। ତା’ପରେ ସୁରକ୍ଷିତ ଭାବେ ଗର୍ଭଗୃହରେ ଥିବା ବାଲିକୁ ସ୍ବତନ୍ତ୍ର ଲିଫ୍ଟ ମାଧ୍ୟମରେ ସେଠାରୁ ସ୍ଥାନାନ୍ତର କରାଯିବ। ଏନେଇ ପ୍ରଥମେ ଏଏସ୍‌ଆଇ ପକ୍ଷରୁ ନିଯୁକ୍ତ ବିିଡିଆର କମ୍ପାନୀର ବରିଷ୍ଠ ଇଞ୍ଜିନିୟର ଏବଂ ଆର୍କିିଟେକ୍‌ ଡିଜାଇନର ଲୋକନାଥ ବେହେରାଙ୍କ ତତ୍ତ୍ୱାବଧାନ ଏବଂ ଏଏସ୍‌ଆଇର ବରିଷ୍ଠ ଇଞ୍ଜିନିୟରଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ଧାତୁରେ ନିର୍ମିତ ପ୍ଲାଟଫର୍ମଗୁଡ଼ିକୁ ଗର୍ଭଗୃହରେ ପର୍ଯ୍ୟାୟ କ୍ରମେ ଲଗାଯାଇ ଜଗମୋହନ ମନ୍ଦିରକୁ ସୁରକ୍ଷିତ ଓ ସୃଦୃଢ଼ କରାଯିବ। ଏହାପରେ ଲିଫ୍ଟ ସାହାଯ୍ୟରେ ଦୀର୍ଘବର୍ଷ ହେବ ପଡ଼ିରହିଥିବା ବାଲି କଢ଼ାଯିବ। ଏଭଳି ଜ୍ଞାନକୌଶଳ ଦ୍ୱାରା ବାଲି କଢାଯିବା ବିଶ୍ୱରେ ପ୍ରଥମ ବୋଲି ଐତହାସିକ ଅନିଲ ଧୀର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଟିଲା କଟକଣା: ଆଜିଠୁ ଚାରିଦ୍ୱାର ଖୋଲା

ପୁରୀ,୧୬ା୧୧(ଅଜିତ୍‌ କୁମାର ମହାନ୍ତି):ଭକ୍ତଙ୍କ ନିମନ୍ତେ ଖୁସି ଖବର। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଶୁକ୍ରବାର ହଟାଇ ନିଆଯାଇଛି। ଶନିବାରଠାରୁ...

ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ*

ଯାଜପୁର,୧୫/୧୧: ଶିଶୁ ହସିଲେ ଦୁନିଆ ହସେ , ଏକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ ହେଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା କାମ ଆମର ।...

ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ

ଯାଜପୁର,୧୫/୧୧: ଶିଶୁ ହସିଲେ ଦୁନିଆ ହସେ , ଏକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ ହେଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା କାମ ଆମର ।...

ଜଳିଗଲା ଲୁଗା ଦୋକାନ, ମାଲିକ ମୃତ

ଜଟଣୀ,୧୫ା୧୧(ରବୀନ୍ଦ୍ରନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ରାଜାବଜାରରେ ଥିବା ଗୌରୀ ଗାର୍ମେଣ୍ଟସ (ଲୁଗା ଦୋକାନ)ରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି...

ଚନ୍ଦ୍ରଗିରି ବନାଞ୍ଚଳରେ ବାଘ ପାଦଚିହ୍ନ

ମୋହନା,୧୫ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳର ଆକିଲି ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। କିଛିଦିନ ହେଲା ଗଞ୍ଜାମ ଜିଲାର ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରେ...

ବୋମାମାଡ଼ ଘଟଣା, ଆଉ ଜଣେ ଗିରଫ

ଦିଗପହଣ୍ଡି,୧୫ା୧୧(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ଓ ଦିଗପହଣ୍ଡି ଅଞ୍ଚଳରେ ଗତ କିଛିଦିନ ହେଲା ବୋମାମାଡ଼ କରି ଆତଙ୍କ ଚଳାଇଥିବା ଅପରାଧୀ ଗ୍ୟାଙ୍ଗର ଜଣେ ଯୁବକଙ୍କୁ ପୋଲିସ...

କାହିଁକି କାର୍ତ୍ତିକ ପୂର୍ଣ୍ଣିମାରେ ହେଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ,୨୫।୧୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରରେ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି l ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ଭିତର ପଟ ପାହାଚରେ...

ସରକାର ବଦଳିବାରୁ ଆଶା ଆଶଙ୍କାରେ ଅଲ୍‌ ଓଡିଶା ପେକ୍ସ ଓ ଲେମ୍ପସ କର୍ମଚାରୀ: ମନ୍ତ୍ରୀଙ୍କୁ ଭେଟି…

କୋକସରା,୧୫।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଅଲ୍‌ ଓଡିଶା ପେକ୍ସ ଓ ଲେମ୍ପସ କର୍ମଚାରୀ ଫେଡେରେଶନ ପକ୍ଷରୁ ୫ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ପୂର୍ବରୁ ଦାବି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri