Categories: ଖେଳ

୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ହେବା ନେଇ ପଥ ପରିଷ୍କାର

ନୂଆଦିଲ୍ଲୀ,୧୦।୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତୁତି ଚାଲିଛି। ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବ। ଏହି ଅଲିମ୍ପିକ୍ସରେ କ୍ରିକେଟ, ଫ୍ଲାଗ ଫୁଟବଲ, ବେସବଲ, ସଫ୍ଟବଲ ମଧ୍ୟ ଏଥିରେ ସାମିଲ ହେବ। ଅକ୍ଟୋବର ୧୫ ରୁ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ର ୧୪୧ ତମ ଅଧିବେଶନରେ କ୍ରିକେଟ ସାମିଲ ହେବାର ଅଛି।
୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯାଇଥିଲା। ଇଂଲଣ୍ଡ ଏବଂ ଫ୍ରାନ୍ସ ସ୍ବର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହୋଇଥିଲେ। ଯଦିଓ ଦୀର୍ଘ ଦିନ ଧରି ଅଲିମ୍ପିକ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ ଚାଲିଛି, କିନ୍ତୁ ଏପରି ସମ୍ଭାବନା ନ ଥିଲା। କ୍ରିକେଟର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆଇଓସି ଭାରତୀୟ ଉପମହାଦେଶର ବଜାରରେ ପୁଞ୍ଜି ଲଗାଇବାକୁ ଚେଷ୍ଟା କରିବ। ଏଥିପାଇଁ ପୁରୁଷ ଏବଂ ମହିଳା ଟି-୨୦ କ୍ରିକେଟ ଅଲିମ୍ପିକ୍ସରେ ସାମିଲ ହେବ।

Share