୧୪ ବର୍ଷ ପୂର୍ବେ ନାବାଳିକାଙ୍କୁ ଦେଇଥିଲେ ଯୌନ ନିର୍ଯାତନା: ଏବେ ମିଳିଲା ଦଣ୍ଡ

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୨୦ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଭବାନୀପାଟଣାସ୍ଥିତ ଜିଲା ପୋକ୍‌ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି ସ୍ମୃତି ଲେଖା ବାରିକ ଏହି ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦୋକାନ ମାଲିକ ଭବାନୀପାଟଣା ସହରର ହୌସିଲା ପ୍ରସାଦ ତିୱାରୀ(୬୭)ଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ସହ ୪୫ ଶହ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ସୂଚନାରୁ ପ୍ରକାଶ ଯେ, ନାବାଳିକା ଜଣକ ହୌସିଲାଙ୍କ ଡେଲି ନିଡ୍ସ ଦୋକାନକୁ ସାମଗ୍ରୀ କିଣିବା ପାଇଁ ଯାଇଥିଲେ। ଏହି ସମୟରେ ହୌସିଲା ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ପୀଡିତାଙ୍କ ବାପା ୧୭ ମାର୍ଚ୍ଚ ୨୦୨୦ରେ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ମାମଲାଟି ଥାନାରୁ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଏହି ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ (ପିପି) ରୋହିତ କୁମାର ମିଶ୍ର ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ପାଇଁ ୧୨ ଶ୍ରମିକଙ୍କୁ ଲୁଚାଇ ରଖିଥିଲେ ଦଲାଲ: ମାଡ଼ିବସିଲା ପୋଲିସ

ଲାଠୋର,୨୮।୧୦(ଭୁବନେଶ୍ୱର ବାରିକ): ଲାଠୋର ପୋଲିସ ସୋମବାର ସନ୍ଧ୍ୟାରେ ଲାଠୋର ଗ୍ରାମର ଏକ ପରିତ୍ୟକ୍ତ ଘରୁ ୧୨ ଜଣ ଦାଦନ ଶ୍ରମିକ ଓ ଜଣେ ଶିଶୁଙ୍କୁ ଉଦ୍ଧାର...

ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଆଣିଲେ ସ୍ବେଚ୍ଛାଗ୍ରାହୀ

କୋକସରା,୨୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପାରିଶ୍ରମିକ ବୃଦ୍ଧି ଓ ଥଇଥାନ ନେଇ କଳାହାଣ୍ଡି ଜିଲା ସ୍ବେଚ୍ଛାଗ୍ରାହୀ ସଂଘ ପକ୍ଷରୁ ସଭାପତି ତେଜରାଜ ଦୁରିଆଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ...

ଧନତେରସରେ ସୁନା କିଣିବାକୁ ଯୋଜନା କରୁଛନ୍ତି କି? ଜାଣିନିଅନ୍ତୁ ନୂଆ ଦର

ଭୁବନେଶ୍ୱର,୨୮।୧୦: ରାତି ପାହିଲେ ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ। କୁହାଯାଏ ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି।...

ପ୍ରଣିତା ହେଲେ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ

ହିଞ୍ଜିଳିକାଟୁ, ୨୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ପ୍ରବୋସନାରୀ ଆଇଏଏସ ପ୍ରଣିତା ଦାସ...

୧୪ ବର୍ଷ ପରେ ପୂର୍ବେ ନାବାଳିକାଙ୍କୁ ଦେଇଥିଲେ ଯୌନ ନିର୍ଯାତନା: ଏବେ ମିଳିଲା ଦଣ୍ଡ

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୨୦ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି।...

୧୦୮ ଆମ୍ବୁଲାନ୍ସ ମହାସଙ୍ଘର ଚେତାବନୀ: ଦାବି ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ଅଲ୍‌ ଓଡ଼ିଶା ୧୦୮ କର୍ମଚାରୀ ମହାସଙ୍ଘ କଳାହାଣ୍ଡି ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ ଏବଂ ସିଡିଏମ୍‌ଓଙ୍କୁ ଏକ ୧୧ ଦଫା...

ରାଜ୍ୟବାସୀଙ୍କୁ ମିଳିବ ୨ ସ୍ବାସ୍ଥ୍ୟ କାର୍ଡ, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେଶନ, କ’ଣ ଡକ୍ୟୁମେଣ୍ଟ ଆବଶ୍ୟକ

ଭୁବନେଶ୍ୱର,୨୮।୧୦: ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କାର୍ଡରେ ୨୭...

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri