ବିବାହର ୧୬ ଦିନ ପରେ ପ୍ରଶଂସକଙ୍କୁ ଖୁସିଖବର ଦେଲେ ନାଗା ଚୈତନ୍ୟ

ହାଇଦ୍ରାବାଦ: ସାଉଥ୍‌ର ଚର୍ଚ୍ଚିତ ଯୋଡ଼ି ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଡିସେମ୍ବର ୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଉଭୟ ବିବାହ କରିଥିଲେ। ଆଜିକୁ ବିବାହର ୧୫ ଦିନ ପୁରିଛି। ଏମିତିରେ ଅଭିନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି। ଏହାକୁ ନେଇ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।

ତେବେ ବିବାହ ପରେ ନାଗା ନିଜର ଅପକମିଂ ଫିଲ୍ମ ‘ଥଣ୍ଡେଲ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ଫେବୃଆରୀ ୭ରେ ପରଦାକୁ ଆସିବ। ଏନେଇ ନାଗା ସୋସିଆଲ ମିଡିଆରେ ପୋଷ୍ଟର ଶେୟାର କରିଛନ୍ତି। ପୋଷ୍ଟରରେ ସାଇ ପଲ୍ଲବୀ ଏବଂ ନାଗା ଚେତନ୍ୟ ନଜର ଆସୁଛନ୍ତି। ଏହା ଫିଲ୍ମର ଦ୍ୱିତୀୟ ଗୀତର ହୋଇଥିବା ବେଳେ କାଶୀର ଦିବ୍ୟ ଘାଟରେ ରିଲିଜ କରାଯିବ ବୋଲି ସେ ପ୍ରଶଂସକଙ୍କୁ କହିଛନ୍ତି।

କହିରଖୁଛୁ, ‘ଥଣ୍ଡେଲ’ର ପ୍ରଥମ ଗୀତ ‘ବୁଜ୍ଜି ଥଲ୍ଲୀ’ ନଭେମ୍ବର ୨୧ରେ ରିଲିଜ ହୋଇଥିଲା। ଏଥିରେ ଉଭୟ ନାୟକ-ନାୟିକାଙ୍କ କେମିଷ୍ଟ୍ରି ପ୍ରଶଂସକଙ୍କ ହୃଦୟ ଜିତିଥିଲା।

Share