୧୬ ବର୍ଷ ପରେ ଗାଜାରେ ଶେଷ ହେଲା ହମାସର କବଜା, ଦକ୍ଷିଣକୁ ଯାଉଛନ୍ତି ଆତଙ୍କବାଦୀ

ଜେରୁଜେଲମ,୧୪।୧୧: ଗାଜାରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ୧୧,୨୪୦ଜଣଙ୍କର ମତ୍ୟୁ ହୋଇଛି। ଏଥିରେ ୪୬୩୦ ପିଲା ଅନ୍ତର୍ଭୁକ୍ତ। ଗାଜା ଉପରେ ଆକ୍ରମଣର ଅନେକ ଦିନ ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଦାବି କରିଛନ୍ତି ଯେ ହମାସ ଗାଜା ଉପରେ ନିୟନ୍ତ୍ରଣ ହରାଇଛନ୍ତି।
ଏଏଫପି ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ୧୬ ବର୍ଷ ଧରି ଗାଜାରେ ରାଜ କରୁଥିବା ହମାସ ଆତଙ୍କବାଦୀମାନେ ଏବେ ଦକ୍ଷିଣ ଦିଗକୁ ପଳାୟନ କରୁଛନ୍ତି। ସେ କହିଛନ୍ତି ଯେ କୌଣସି ପ୍ରମାଣ ବିନା ଗାଜାର ନାଗରିକଙ୍କ ସରକାର (ହମାସ ସରକାର) ଉପରେ ବିଶ୍ୱାସ ନାହିଁ।
ଗାଜାର ସବୁଠୁ ବଡ ଡାକ୍ତରଖାନା ଅଲ-ଶିଫା କିଛି ଦିନ ହେବ ଯୁଦ୍ଧର କେନ୍ଦ୍ର ପାଲଟିଛି। ଇସ୍ରାଏଲ ଏହି ଡାକ୍ତରଖାନା ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ଡାକ୍ତରଖାନା ଚାରିପାଖରେ ହମାସ ଯୁଦ୍ଧବିମାନକୁ ଟାର୍ଗେଟ କରୁଥିବା ଇସ୍ରାଏଲ ସେନା ଦାବି କରିଛି। ସେନା ଦାବି କରିଛି ଯେ ହମାସ ଡାକ୍ତରଖାନା ଅଧୀନରେ ଏହାର କମାଣ୍ଡ ସେଣ୍ଟର ଚଳାଉଛି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଇସ୍ରାଏଲ ଆକ୍ରମଣ ଯୋଗୁଁ ହସ୍ପିଟାଲର ତିନି ଜଣ ନର୍ସଙ୍କର ମତ୍ୟୁ ହୋଇଛି। ହମାସ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅଲ ଶିଫା ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣରେ ୬ଟି ଶିଶୁଙ୍କର ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ପିଲାମାନଙ୍କ ମତ୍ୟୁ ପଛରେ ଇନ୍ଧନ ଓ ବିଦ୍ୟୁତ ଅଭାବ ରହିଛି। ଇସ୍ରାଏଲର ଆକ୍ରମଣ ଯୋଗୁଁ ଏହି ଅସୁବିଧା ଉପୁଜିଛି।

Share