Categories: ଜାତୀୟ

୧୬ ବର୍ଷ ପରେ ଗୋଟିଏ ମଞ୍ଚରେ ଉଦ୍ଧବ-ରାଣେ

ନୂଆଦିଲ୍ଲୀ,୧୦।୧୦: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରେ ଶନିବାର ଏକ ବିମାନବନ୍ଦର ଉଦ୍‌ଘାଟନ ଅବସରରେ ପରସ୍ପରର ତୀବ୍ର ବିରୋଧୀ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଦେଶ ସ୍ବାଧୀନ ହୋଇଥିବା ବର୍ଷ ଜଣାନାହିଁ କହି ରାଣେ ସମାଲୋଚନା କରିବା ସହ ସେ ସେଠାରେ ଉପସ୍ଥିତ ଥିଲେ ଚାପୁଡ଼ା ମାରିଥାନ୍ତେ ବୋଲି କହିଥିଲେ। ଏଭଳି ମନ୍ତବ୍ୟ ପାଇଁ ମହାରାଷ୍ଟ୍ର ପୋଲିସ ତାଙ୍କୁ ଗିରଫ କରିଥିଲା। ଏହା ପରେ ଦୁଇ ନେତା ପରସ୍ପରକୁ ସମାଲୋଚନା କରିବା ସହ ଗୋହି ଖୋଳିଥିଲେ। ଶିବସେନାରୁ ରାଣେ ବାହାରିଯିବାର ପ୍ରାୟ ୧୬ ବର୍ଷ ପରେ ଦୁଇ ନେତା ଗୋଟିଏ ମଞ୍ଚରେ ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି।

Share