Categories: ଜାତୀୟ

୧୯ ବର୍ଷ ପରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ଜଣେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୬ ।୧: ପାଖେଇ ଆସିଲାଣି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏଥର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ରାଜ୍ୟରେ ୧୯ ବର୍ଷ ପରେ ଜଣେ ମୁଖ୍ୟମନ୍ତ୍ରୀ ନିର୍ବାଚନରେ ଲଢିବାକୁ ଯାଉଛନ୍ତି । ଏହା ପୂର୍ବରୁ ୨୦୦୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଗୁନ୍ନୌରରୁ ନିର୍ବାଚନ ଲଢିଥିଲେ । ଗୁନ୍ନୌରର ତତ୍କାଳୀନ ବିଧାୟକ ଅଜିତ କୁମାର ଯାଦବ ରାଜୁ, ମୁଲାୟମଙ୍କ ପାଇଁ ଆସନ ଖାଲି କରିଥିଲେ । ଏହାପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ରାଜନାଥ ସିଂ, ମାୟାବତୀ, ଅଖିଳେଶ ଯାଦବ ଓ ଯୋଗୀ ଆଦିତ୍ୟନାଥ ବିଧାନ ପରିଷଦ ସଦସ୍ୟ ନିର୍ବାଚିତ ହୋଇଥିଲେ ।
ଚଳିତବର୍ଷ ବିଧାନସଭା ନିର୍ବାଚନ ଲାଗି ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ୧୦୭ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ନିର୍ବାଚନ ଲଢିବା କଥା ଆଲୋଚନା ହେଉଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଏବେ ସେ ଗୋରଖପୁରରୁ ପ୍ରାର୍ଥୀ ହୋଇଛନ୍ତି । ଏହାସହ ୧୯ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

Share