କରୋନା ମାମଲା ହ୍ରାସ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୩।୩: ଦେଶରେ ଗତ ୨ବର୍ଷ ହେଲା କରୋନା ତାଣ୍ଡବ ରଚୁଛି। କରୋନାକୁ ହରାଇବା ପାଇଁ କେନ୍ଦ୍ର ସରକାରକ ବିଭିନ୍ନ ପ୍ରତିବନ୍ଧ ଲାଗୁ କରିଛନ୍ତି। ସମୟକ୍ରମେ କେତେକ କଟକଣାକୁ କୋହଳ କରାଯାଇଥିବା ବେଳେ ଆଉ କେତେକ ଉପରେ ଶକ୍ତ କଟକଣା ଜାରି ରହିଛି। ଇତିମଧ୍ୟରେ କରୋନା ମାମଲା ହ୍ରାସ ପାଉଥିବା ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୩୧ରୁ ସମସ୍ତ କୋଭିଡ ପ୍ରତିବନ୍ଧକ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଫେସ ମାସ୍କ ନିୟମ ଏବଂ ସାମାଜିକ ଦୂରତ୍ୱ ଅକ୍ଷୁର୍ଣ୍ଣ ରହିବ ବୋଲି ବୁଧବାର ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ଦେଶରେ ୧,୭୭୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୨୩,୦୮୭ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ କରୋନାଜନିତ ୬୨ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୫,୧୬,୬୦୫କୁ ବୃଦ୍ଧି ପାଇଛି। ଅନ୍ୟପଟେ ଦେଶରେ ଏପର୍ଯ୍ୟନ୍ତ ମୋଟ ୭୮.୪୨ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ଗତ ୨୪ ଘଣ୍ଟାରେ ୬,୭୭,୨୧୮ ନମୁନା ପରୀକ୍ଷା କରାଯାଇଛି। ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୮୧.୮୯ କୋଟିରୁ ଅଧିକ ଲୋକ କୋଭିଡ-୧୯ ଟିକା ନେଇସାରିଛନ୍ତି।

Share