Categories: ଫୁରସତ

୨୨ ବର୍ଷ ପରେ ହଜିଲା ପୁଅ ଯୋଗୀ ବେଶରେ ମା’ଙ୍କୁ ମାଗିଲେ ଭିକ୍ଷା: ପରେ ଯାହା ଘଟିଲା…

୨୨ ବର୍ଷ ପରେ ହଜିଲା ପୁଅକୁ ଫେରି ପାଇଲେ ମା’। ଯେଉଁଭଳି ଭାବରେ ସେ ନିଜ ପୁଅକୁ ଦେଖିଲେ ସେ ତାଙ୍କ ଆଖିକୁ ମଧ୍ୟ ବିଶ୍ୱାସ କରି ପାରିଲେ ନାହିଁ। ତାଙ୍କ ଆଖିରୁ ଲୁହ ବହିବାକୁ ଲାଗିଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଆମେଠୀର ଠାରେ ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭାବପ୍ରବଣ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ୨୨ ବର୍ଷ ପରେ ଜଣେ ମା’ ତାଙ୍କ ପୁଅକୁ ଦେଖୁଛନ୍ତି। ତାଙ୍କ ପୁଅ ଯୋଗୀ ବେଶରେ ମା’ଙ୍କୁ ଭିକ୍ଷା ମାଗୁଛନ୍ତି।
ଯୋଗୀ ବେଶରେ ଆସିଥିବା ଯୁବକ ଜଣଙ୍କ ନାମ ହେଉଛି ପିଙ୍କୁ। ତାଙ୍କ ବାପା ରତିପାଲ ସିଂ କହିଛନ୍ତି ଯେ, ତାଙ୍କ ପୁଅ ୧୧ ବର୍ଷ ବୟସରେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ତାଙ୍କ ମା’ ବାଟି ଖେଳିବା ଲାଗି ତାଙ୍କୁ ଗାଳିକରିଥିବାରୁ ସେ ଘରଛାଡ଼ି ଚାଲି ଯାଇଥିଲେ। ଏ ନେଇ ଥାନାରେ ଅଭିଯୋଗ କରାଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ପୁଅକୁ ପାଇ ନଥିଲେ। ହଠାତ୍‌ ୨୦୨୪ ମସିହାରେ, ପିଙ୍କୁ ଆମେଠୀର ଖାରୁଲି ଗାଁରେ ସାଧୁ ଭାବରେ ଭିକ୍ଷା ବୃତ୍ତି କରୁଥିଲେ। ପରେ ଲୋକେ ତାଙ୍କ ପିତାମାତା ବିଷୟରେ ପଚାରିଥିଲେ। ତାଙ୍କୁ ଚିହ୍ନିପାରି ଗ୍ରାମବାସୀ ତାଙ୍କ ଘରଲୋକଙ୍କୁ ଜଣାଇଥିଲେ। ଘରଲୋକେ ଆସି ପହଞ୍ଚିଥିଲେ।

 

Share