Posted inଫୁରସତ

ମୃତ୍ୟୁର ୨୪ ମିନିଟ୍‌ ପରେ ଜୀବିତ ହୋଇଉଠିଲେ ମହିଳା, ବଖାଣିଲେ ତାଙ୍କ ସହ ଘଟିଥିବା କାହାଣୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୁହାଯାଏ, ମୃତ୍ୟୁ ପୂର୍ବରୁ ତୁମର ଆଖି ସାମ୍ନାରେ ଏକ ଉଜ୍ଜ୍ୱଳ ଆଲୋକ ଝଲସି ଉଠେ। ଯାହା ଆଗକୁ ଯିବା ପାଇଁ ବାଟ ଦେଖାଏ। କିନ୍ତୁ ଏହା ପ୍ରକୃତରେ ଘଟେ କି? ବୈଜ୍ଞାନିକମାନେ ଅନେକ ଲୋକଙ୍କ ଅଭିଜ୍ଞତା ଉପରେ ଗବେଷଣା କରିଛନ୍ତି। ଯେଉଁମାନେ ମୃତ୍ୟୁ ପରେ ପୁନର୍ବାର ଜୀବିତ ହୋଇଥିଲେ। ଏହା ଅନେକ ଥର ଘଟିଛି ଯେ, ହୃଦ୍‌ଘାତ ହେତୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା, କିନ୍ତୁ ୧୦ ମିନିଟ୍‌ ପରେ ସେ ପୁନର୍ବାର ଜୀବିତ ଥିବା ଜଣାପଡ଼ିଥିଲା। ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏହାର ସଠିକ୍‌ କାରଣ ଖୋଜି ପାଇପାରି ନାହାନ୍ତି। ଏବେ ଜଣେ ମହିଳା ଦାବି କରିଛନ୍ତି ଯେ, ସେ ମୃତ୍ୟୁର ୨୪ ମିନିଟ୍‌ରେ ପୁଣି ଜୀବିତ ହୋଇଛନ୍ତି। ସେ ଯାହା କହିଛନ୍ତି, ତାହା ଜାଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଲରେନ କ୍ୟାନେଡ୍‌ ନାମକ ଜଣେ ମହିଳା ସୋସିଆଲ ମିଡିଆରେ ତାଙ୍କ କାହାଣୀ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଗତ ଫେବୃୟାରୀରେ ଘରେ ହଠାତ୍‌ ହୃଦ୍‌ଘାତ ହୋଇଥିଲା। ମୋ’ ସ୍ବାମୀ ୯୧୧କୁ ଫୋନ୍‌ କରି ସିପିଆର ଆରମ୍ଭ କଲେ। ଡାକ୍ତର ଆସି ମୋତେ ମୃତ ବୋଲି ଭାବିଲେ। ପ୍ରାୟ ୨୪ ମିନିଟ୍‌ ପରେ ମୁଁ ପୁଣି ଜୀବିତ ହେଲି। ମୋତେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ଏମ୍‌ଆର୍‌ଆଇରେ ମସ୍ତିଷ୍କର କୌଣସି କ୍ଷତି ହୋଇନାହିଁ।

ମହିଳା ଜଣକ କହିଥିଲେ, ସେହି ସମୟରେ ମୋ ସହିତ କ’ଣ ଘଟିଥିଲା ମୁଁ ସବୁକିଛି ସ୍ପଷ୍ଟ ମନେ ରଖିଛି। ହୃଦ୍‌ଘାତ ପରେ ମୋ ସ୍ବାମୀ ଚାରି ମିନିଟ ପାଇଁ ସିପିଆର ଏହି ସମୟରେ ସେ ୯୧୧କୁ ଫୋନ୍‌ କରିଥିଲେ, ସେଠାରୁ ଡାକ୍ତର ତାଙ୍କୁ ଏପରି ପରିସ୍ଥିତିରେ କ’ଣ କରିବେ ତାହା ବୁଝାଉଥିଲେ। କିଛି ସମୟ ପରେ ଜରୁରିକାଳୀନ ସେବା ମଧ୍ୟ ପହଞ୍ଚିଲା। ୨୪ ମିନିଟ୍‌ ପରେ ମୋର ହୃଦୟ ପୁଣି ଧକ୍‌ଧକ୍‌ ହେବା ଆରମ୍ଭ କଲା। ମୋତେ ଡାକ୍ତରଖାନା ନିଆଯାଇଥିଲା। ତଥାପି ମୁଁ କୋମାକୁ ଚାଲିଯାଇଥିଲି। ୨ ଦିନ କୋମାରେ ରହିଲି। ଯେତେବେଳେ ମୁଁ ଉଠିଲି, ମୁଁ ବହୁତ ଦ୍ୱନ୍ଦ୍ୱରେ ପଡ଼ିଗଲି। ଅନେକ ଦିନ ଧରି ମୁଁ ପୁରୁଣା ଜିନିଷ ମନେ ରଖିପାରିଲି ନାହିଁ। ଆଇସିୟୁରେ ମୋ’ ସହିତ କ’ଣ ହେଲା ମୁଁ ଜାଣେ ନାହିଁ।

ଲରେନ କହିଛନ୍ତି, ଯେତେବେଳେ ମୋ’ ଶରୀରରେ ଜୀବନ ନ ଥିଲା, ମୋର ମନେ ଅଛି ଯେ ମୁଁ ଅତ୍ୟଧିକ ଶାନ୍ତିପୂର୍ଣ୍ଣ ଅନୁଭବ କରୁଥିଲି। କୋମା ବାହାରକୁ ଆସିବା ପରେ ଏହି ଶାନ୍ତି ମୋ ସହିତ କିଛି ସପ୍ତାହ ରହିଲା। ମୁଁ ଦିନ ଏବଂ ସମୟ ଭୁଲି ଯାଇଥିଲି। ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇ ନ ଥିଲି। ମୋତେ କ’ଣ ହେଲା ମୁଁ ଭୁଲିଗଲି ଯେ, ମୋତେ ଡାକ୍ତରଖାନା ନିଆଗଲା।  ସେ କହିଛନ୍ତି, ମୁଁ କୌଣସି ଆଲୋକ କିମ୍ବା ଟନେଲ ଦେଖି ନାହିଁ, କିନ୍ତୁ ମୁଁ ଶାନ୍ତିର ଗଭୀର ଅନୁଭବ କଲି। ମୋତେ ଲାଗିଲା ଯେମିତି ମୁଁ ମୋ’ ଅଫିସରେ ଶୋଇଛି। ଏହା ଅଦ୍ଭୁତ କିନ୍ତୁ ସମ୍ପୂର୍ଣ୍ଣ ସତ୍ୟ। ମୃତ୍ୟୁକୁ ଦେଖିବା ପରେ ମୁଁ ଆଉ ମୃତ୍ୟୁକୁ ଭୟ କରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri