୨୫ ଦିନ ପରେ ସ୍ବଭାବିକ ହେଉଛି ସ୍ଥିତି: ରହିଲାଣି ଲୋକାଲ ଟ୍ରେନ୍‌

ସୋର, ୨୬।୬(ଜନ୍ମେଜୟ ମିଶ୍ର): ବାହାନଗା ଟ୍ରେନ ଦୁର୍ଘଟଣାର ୨୫ ଦିନ ପରେ ଧୀରେ ଧୀରେ ସ୍ଥିତି  ସ୍ବଭାବିକ ହେଉଛି । ଯେଉଁ ଲୋପ ଲାଇନରେ ଛିଡ଼ା ହୋଇଥିବା ଏକ ପଥର ବୋଝେଇ ମାଲବାହିକୁ କରମଣ୍ଡଳ ଧକ୍କା ଦେଇଥିଲା, ସେହି ଦକ୍ଷିଣ କେବିନ ଅପ ଲୋପ ଲାଇନ ସଂପୂର୍ଣ୍ଣ ଠିକ ହୋଇ ରେଳ ଚଳାଚଳ ସ୍ବଭାବିକ ହୋଇଛି । ଦକ୍ଷିଣ କେବିନ ଲେବୁଲ କ୍ରସିଂ ଠାରେ ଲୋକେଯାତାୟତ କରୁଛନ୍ତି।
ଅନ୍ୟପକ୍ଷେ ସିବିଆଇ  ସିଲ କରିଥିବା ରିଲେ ରୁମ ଖୋଲା ହୋଇଗଲାଣି । ବାହାନଗା ଷ୍ଟେଶନରେ ପୁରୀ ବାଙ୍ଗିରିପୋଷି ଓ ବାଲେଶର ଭୁବନେଶ୍ୱର ଲୋକାଲ ଟ୍ରେନ ଅଟୁକୁ ଥିଲେ ମଧ୍ୟ ଟିକେଟ୍‌ ମିଳୁନାହଁ।  ଭାଙ୍ଗି ରୁଜି ପଡ଼ିଥିବା ବଗି ଗୁଡ଼ିକୁ କଳା ପଲିଥିନରେ ଗୁଡ଼ାଇ ଦିଆଯାଇଛି । ଏବେ ବି ଆହତ ମୃତ ଯାତ୍ରୀଙ୍କ  ପଡ଼ିଥିବା କିଛି ଜିନିଷ ଦୁର୍ଘଟଣାକୁ ମନେପକାଇ ଦେଉଛି।